68 Views
ରାୟପୁର, ନଭେମ୍ବର ୦୨ : ବିଧାନ ସଭା ନିର୍ବାଚନ ପୂର୍ବରୁ ଟିକିଟ ବଣ୍ଟନଜନିତ ଅସନ୍ତୋଷ କାରଣରୁ ରାଜ୍ୟର କଂଗ୍ରେସ କର୍ମୀମାନେ ନିଜ ନିଜ ମଧ୍ୟରେ ମାଡ଼ଗୋଳ ଆରମ୍ଭ କରି ଦେଇଛନ୍ତି। ଗୁରୁବାର ରାତିରେ ରାୟପୁର ଏବଂ ବିଳାସପୁରସ୍ଥିତ ପାର୍ଟି ଅଫିସରେ ଟିକିଟ୍ ବଣ୍ଟନ କଥାକୁ ନେଇ ଆରମ୍ଭ ହୋଇଥିବା ଯୁକ୍ତିତର୍କ ଲଢ଼େଇରେ ପରିବର୍ତ୍ତନ ହୋଇଥିଲା।
ତା’ପରେ ଉଭୟ ସହରର କଂଗ୍ରେସ ଅଫିସ୍ରେ ଦେଖିବାକୁ ମିଳିଥିଲା ଭଙ୍ଗା ଚେୟାର୍, ଧ୍ୱଂସ୍ତ ଫୁଲକୁଣ୍ଡ ଏବଂ ନାରାବାଜି। ରାୟପୁର ଅଫସ୍ରେ ବିବାଦର କାରଣ ହେଲା ରାୟପୁର ଦକ୍ଷିଣ ଆସନ। ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆଣିଥିଲେ କଂଗ୍ରେସ ନେତା ଆର୍ ତିଓ୍ଵାରି।