Wed. Mar 11th, 2026

ଟାଟା ମ୍ୟାଜିକ୍ ଓ ୧୦ ଚକିଆ ଟ୍ରକ୍ ମୁହାଁମୁହିଁ ଧକ୍କା, ୪ ଗୁରୁତର ଆହତ, ଟ୍ରକ୍ ଚାଳକ ଅଟକ

245 Views

ବଣାଇଁ :ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ବଣାଇଁ ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଚାଳକଙ୍କ ସମେତ ୪ଜଣ ଗୁରୁତର ଆହତ ହୋଇଥିବା ଜଣାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ୧୪୩ ନମ୍ବର ଜାତୀୟ ରାଜପଥରେ ବଣାଇ ଥାନା ଅନ୍ତର୍ଗତ ନରେନ୍ଦ୍ର ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏହି ସଡ଼କ ଦୁର୍ଘଟଣା ଘଟିଥିଲା। ଏକ ଟାଟା ମ୍ୟାଜିକ୍ ଓ ୧୦ ଚକିଆ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ସଡ଼କ ଦୁର୍ଘଟଣା ଘଟିଥିବା କୁହାଯାଉଛି। ଏଥିରେ ୪ଜଣ ଗୁରୁତର ଆହତ ହୋଇଥିବା ଜଣାଯାଇଛି। ଆହତମାନଙ୍କୁ ରାଉରକେଲା ଆରଜିଏଚରେ ଭର୍ତ୍ତି କରାଯାଇଥିବାର ଖବର ମିଳିଛି । ଆହତମାନେ ଟାଟା ମ୍ୟାଜିକର ଡ୍ରାଇଭର ଓ ଯାତ୍ରୀ ବୋଲି ଜଣାପଡ଼ିଛି।

ଏହି ଦୁର୍ଘଟଣା ଘଟିବା ପରେ ଖବର ପାଇ ବଣାଇଁ ଥାନା ପୁଲିସ୍ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ୧୦ ଚକିଆ ଟ୍ରକର ଡ୍ରାଇଭରଙ୍କୁ ଥାନାରେ ଅଟକ ରଖିଥିବା ଜଣାଯାଇଛି। ପୁଲିସ ୧୦ ଚକିଆ ଟ୍ରକ୍ ଓ ଟାଟା ମ୍ୟାଜିକକୁ ଜବତ କରି ଓ ଘଟଣାର ତଦନ୍ତ କରୁଥିବାର ସୂଚନା ମିଳିଛି।

By amfnews

Related Post