Thu. Dec 26th, 2024

ଟାଟାରେ ଚାକିରି ଦେବାକୁ କହି ଠକିଥିଲେ ଆକାଶ, ଠକାମୀର ଶିକାର ହୋଇଥିଲେ ଅଭିଯୋଗ କରିବାକୁ କ୍ରାଇମବ୍ରାଞ୍ଚର ଅନୁରୋଧ

By amfnews Dec 12, 2020 #Featured
189 Views

ଭୁବନେଶ୍ୱର, ଡିସେମ୍ବର 12 : ଆକାଶ ପାଠକ ଅର୍ଥକାରବାର ମାମଲାରେ ଚିଠା ଖୋଲିଲା କ୍ରାଇମବ୍ରାଞ୍ଚ।  ଟାଟା ମୋଟର୍ସରେ ଚାକିରି କରାଇ ଦେବାକୁ କହି ଠକିଥିଲେ ଆକାଶ । ପ୍ରଦୀପ ପାଣିଗ୍ରାହୀ ଓ ସହଯୋଗୀଙ୍କ ବିରୋଧରେ ୬ ଜଣ ଅଭିଯୋଗ କରିଥିଲେ । ପ୍ରେସ୍‌ମିଟରେ କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି ।

ଆଶାୟୀ ପ୍ରାର୍ଥୀଙ୍କୁ ଜାଲ୍‌ ନିଯୁକ୍ତି ପତ୍ର ଦିଆଯାଇଥିଲା । ୬ ଜଣଙ୍କ ମଧ୍ୟରୁ ୨ ଜଣ ପ୍ରଦୀପଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଛନ୍ତି । ଆକାଶ ଟାଟାରେ ଚାକିରି କରୁଥିବା ନେଇ ପ୍ରଦୀପ ପ୍ରଚାର କରିଥିଲେ । ଠକାମୀର ଶିକାର ହୋଇଥିଲେ ଅଭିଯୋଗ କରିବାକୁ ଅନୁରୋଧ କଲେ କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ  ।

ଟାଟା ମୋଟର୍ସରେ ଚାକିରି କରାଇଦେବା କହି ଠକେଇ ମାମଲାରେ ବୋରିଗାଁ ସରପଞ୍ଚ ବସନ୍ତ ସାହୁଙ୍କୁ କ୍ରାଇମବ୍ରାଞ୍ଚର ପଚରାଉଚରା କରାଯାଇଛି । ଚାକିରି ପାଇଁ ପୁତୁରାର ବାୟୋଡାଟା ପ୍ରଦୀପ ପାଣିଗ୍ରାହୀଙ୍କୁ ଦେଇଥିଲେ । କମ୍ବୁପାଣି ସାହୁଙ୍କ ଆକାଉଣ୍ଟରୁ ପ୍ରଦୀପଙ୍କ ଲକ୍ଷାଧିକ ଟଙ୍କା ଆକାଉଣ୍ଟକୁ ଆସିଥିଲା ।

ଟାଟା ମୋଟର୍ସ ନାମରେ ଅନେକ ଲୋକଙ୍କୁ ଠକେଇ କରିବା ଓ ଆୟ-ବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ଆକାଶ ପାଠକଙ୍କୁ ପାଞ୍ଚ ଦିନ ପାଇଁ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ । ତାଙ୍କ ସହ ଘନ ଘନ ଜେରାରୁ କଳା କାରନାମା ର  ଖିଅ ସବୁ ଗୋଟି ଗୋଟି କରି ଖୋଲିବ ବୋଲି ଆଶା କରାଯାଉଛି । ରିମାଣ୍ଡର ଆଜି ଦ୍ୱିତୀୟ ଦିନ  ।

ଆକାଶ ପୁନେ ଟାଟା ପାସେଞ୍ଜର୍ସ ଡିଭିଜନରେ ଏମଡି ଥିବା କହିଥିଲେ ।ଟାଟାରେ ଚାକିରି ଦେବାକୁ କହି ଲୋକଙ୍କୁଠାରୁ କୋଟି କୋଟି ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି । ସେ ଟାଟାର କର୍ମଚାରୀ ନଥିବା କମ୍ପାନୀ କର୍ତ୍ତୃପକ୍ଷ ସ୍ପଷ୍ଟୀକରଣ ଦେଇଛନ୍ତି । ପୂର୍ବରୁ ବି ଟାଟା କର୍ତ୍ତୃପକ୍ଷ କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିଥିଲେ ।ଜାଲିଆତିର ଗୁମର ଖୋଲିବା ପରେ କ୍ରାଇମବ୍ରାଞ୍ଚର ଗୋଟିଏ ଟିମ୍ ପୁନେ ଯାଇ ଖୋଳତାଡ଼ କରିଥିଲା । 

By amfnews

Related Post