131 Views
ମୁମ୍ବାଇ,୨୯/୧୦ : ବଲିଉଡ୍ରେ ଥିବା ପ୍ରେମୀଯୁଗଳମାନଙ୍କ ମଧ୍ୟରୁ ସବୁଠାରୁ ଚର୍ଚ୍ଚିତ ଯୋଡ଼ି ହୋଇ ରହି ଆସିଛନ୍ତି ଟାଇଗର-ଦିଶା । ଦୁହିଁଙ୍କୁ ଫିଲ୍ମ ‘ବାଗି-୨’ରେ ଏକା ସାଙ୍ଗରେ ଦର୍ଶକମାନେ ଦେଖିବାକୁ ପାଇଥିବା ବେଳେ ଦୁହିଁଙ୍କ ଯୋଡ଼ିକୁ ସମସ୍ତେ ପସନ୍ଦ ମଧ୍ୟ କରିଥିଲେ । କିନ୍ତୁ, କିଛି ଦିନ ହେବ ଦୁହିଁଙ୍କ ସଂପର୍କରେ ଫାଟ ସୃଷ୍ଟି ହୋଇଥିବା ନେଇ ଚର୍ଚ୍ଚା ହେଉଛି । ଟାଇଗର ଏବଂ ଦିଶା ପରସ୍ପର ଠାରୁ ଅଲଗା ହୋଇ ଯାଇଛନ୍ତି ବୋଲି ଲୋକମାନେ ଚର୍ଚ୍ଚା କରିବାରେ ଲାଗିଛନ୍ତି । ଏ ସବୁ ଚର୍ଚ୍ଚା ମଧ୍ୟ ଦିଶାଙ୍କ କିଛି ଭାଇରାଲ ଫଟୋ ଲୋକଙ୍କୁ ଏହି ଖବର ଉପରେ ବିଶ୍ୱାସ କରିବା ପାଇଁ ବାଧ୍ୟ କରିଛି ।