Wed. Mar 11th, 2026

ଟଣାଓଟରା ଭିତରେ ସ୍ବାଧୀନ ବିଧାୟକମାନଙ୍କୁ ନିଜ ପଟକୁ ଆଣିବାଲାଗି ପ୍ରୟାସ କରୁଛନ୍ତି ଉଭୟ ବିଜେପି ଏବଂ ଶିବସେନା

161 Views

ମୁମ୍ବାଇ : ମହାରାଷ୍ଟ୍ରରେ ୫୦-୫୦ ଫର୍ମୁଲା ଲାଗୁ କରିବାପାଇଁ ଶିବସେନାର ଦାବି ଜୋର୍ ଧରିଥିବା ହେତୁ ସେଠାରେ ସରକାର ଗଠନ ପ୍ରକ୍ରିୟାରେ ବିଳମ୍ବ ଘଟିଥିବା ଜଣାଯାଇଛି। ଏହି ୫୦-୫୦ ଫର୍ମୁଲା ଆଧାରରେ ଉଭୟ ବିଜେପି ଏବଂ ଶିବସେନାକୁ ଅଢ଼େଇ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ପଦ ମିଳୁ ବୋଲି ଶିବସେନା ଦାବି କରିଛି।

ଶିବସେନାର ଦାବି ଅନୁଯାୟୀ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ଏବଂ ଶିବସେନା ମଧ୍ୟରେ ୫୦-୫୦ ଫର୍ମୁଲାରେ ବୁଝାମଣା ହୋଇଥିଲା। ଏବେ ବିଜେପି ଏହାର ପୂର୍ବ ପ୍ରତିଶ୍ରୁତି ପୂରଣ କରୁ ଏବଂ ୫୦-୫୦ ଫର୍ମୁଲା ଆଧାରରେ ମୁଖ୍ୟମନ୍ତ୍ରୀ ପଦ ଅଢ଼େଇ ବର୍ଷ ପାଇଁ ଉଭୟ ଦଳ ପାଖରେ ରହୁ ବୋଲି ଶିବସେନା ଦାବି କରିଛି। ଏହାକୁ କିନ୍ତୁ ବିଜେପି ମାନିବାକୁ ପ୍ରସ୍ତୁତ ନୁହେଁ ବୋଲି କୁହାଯାଉଛି।

महाराष्‍ट्र: निर्दलीय विधायकों को अपने खेमे में करने में जुटी BJP-शिवसेना

ଏଭଳି ସମୟରେ ଉଭୟ ବିଜେପି ଏବଂ ଶିବସେନା ଏବେ ସ୍ବାଧୀନ ବିଧାୟକମାନଙ୍କୁ ନିଜ ପଟକୁ ଆଣିବାଲାଗି ପ୍ରୟାସ ଆରମ୍ଭ କରିଛନ୍ତି।ମିଳିଥିବା ସୂଚନା ଅନୁଯାୟୀ ଇତିମଧ୍ୟରେ ବିଜେପିକୁ ତିନିଜଣ ସ୍ବାଧୀନ ବିଧାୟକ ଗୀତା ଜୈନ, ରାଜେନ୍ଦ୍ର ରାଉତ ଏବଂ ରବି ରାଣା ସମର୍ଥନ ଘୋଷଣା କରିଛନ୍ତି। ସେମାନେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କୁ ଭେଟି ବିଜେପି ସମର୍ଥନ କରିବେ ବୋଲି କହିଛନ୍ତି।

ଅପରପକ୍ଷରେ ଦୁଇଜଣ ସ୍ବାଧୀନ ବିଧାୟକ ବାଚୁ କାଜୁ ଏବଂ ରାଜକୁମାର ପଟେଲ ଶିବସେନାକୁ ସମର୍ଥନ ଦେବେ ବୋଲି ସୂଚନା ମିଳିଛି।

By amfnews

Related Post