Wed. Apr 2nd, 2025

ଝିରିପାଣି ରାହାସ ପୂର୍ଣ୍ଣିମା ବୈଠକ ଅନୁଷ୍ଠିତ

By amfnews Nov 9, 2018 #Featured
137 Views

ରାଉରକେଲା, ୯ା୧୧  : ଝିରିପାଣି ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଆବାହକ ଶିବାନନ୍ଦ ନାଗଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମିତ୍ରଭାନୁ ପଣ୍ଡାଙ୍କ ସଭାପତିତ୍ୱରେ ଝିରିପାଣି ରାହାସ ପୂର୍ଣ୍ଣିମା କମିଟିର ନୂତନ କର୍ମକର୍ତ୍ତା ଜୟନ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା ।

କମିଟିର ନୂତନ କର୍ମକର୍ତ୍ତା ଭାବେ ଶରତ ଚନ୍ଦ୍ର ପଣ୍ଡା ଅଧ୍ୟକ୍ଷ, ସତ୍ୟନାରାୟଣ ଅଗ୍ରୱାଲ ଉପାଧ୍ୟକ୍ଷ, ସୁରା ଓରାମ ସଭାପତି, ଗୌରୀ କୁମ୍ଭାର ଉପସଭାପତି, ହାଲୁ ମୁଣ୍ଡାରୀ କାର୍ଯ୍ୟକାରୀ ସଭାପତି ଭାବେ ମନୋନୀତ ହୋଇଥିବା ବେଳେ ବିଜୁ ଖାଡିଆ ଓ ଅଜିତ ମିଶ୍ର ସମ୍ପାଦକ, ଶିବା ନାଗ ସହସମ୍ପାଦକ, ପ୍ରଦୀପ ଓରାମ, ସୁରେଶ ବଡାଇକ କୋଷାଧ୍ୟକ୍ଷ, ରବୀନ୍ଦ୍ର କୁମ୍ଭାର, ସୁରେଶ ମାହାଲି ସାଂସ୍କୃତିକ ସମ୍ପାଦକ, ରଞ୍ଜିତ କୁମାର ବୋଷ, ସଞ୍ଜୟ ତନ୍ତୀ ପିଆର୍ଓ, ଜୟନ୍ତ କୁମାର ପତି, ଲଳିତ ଅଗ୍ରୱାଲ ଅଡିଟର, ମହେନ୍ଦ୍ର କୁମ୍ଭାର, ଶ୍ୟାମଲାଲ ବଡାଇକ, ଗେଡା କୁମ୍ଭାର, ସୁଜିତ ବାରିକ ପ୍ରମୁଖ ମନୋନୀତ ହୋଇଛନ୍ତି ।

ଦୀର୍ଘ ୫୦ ବର୍ଷରୁ ଊଦ୍ଧ୍ୱର୍ ସମୟ ଧରି ଚାଲିଆସୁଥିବା ଏହି ଉତ୍ସବକୁ ଅଧିକ ଆକର୍ଷଣୀୟ କରିବା ଉଦ୍ଦେଶ୍ୟରେ ଅତ୍ୟାଧୁନିକ ଆଲୋକ ସଜ୍ଜା ଏବା ରାଧାକୃଷ୍ଣଙ୍କ ଯୁଗଳ ତୋରଣ ବିନ୍ଧାଣୀଙ୍କ ଦ୍ୱାରା ନିର୍ମାଣ କରାଯିବ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୧୨ ଘଣ୍ଟିଆ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ । ଏଥିରେ ସୁନାମଧନ୍ୟ କଳାକାରମାନଙ୍କୁ ମେଲୋଡି ସୋ, ରେକର୍ଡ ଡ୍ୟାନ୍ସ ସହ ବଙ୍ଗଳା ଅଞ୍ଚଳର ଛଉନୃତ୍ୟ ପ୍ରଦର୍ଶିତ ହେବ, ଯାହା ଚଳିତ ବର୍ଷର ବିଶେଷ ଆକର୍ଷଣ ହେବ ବୋଲି ନୂତନ କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଟିକି ବେହେରା, ନିତେଶ କଂସାରୀ, ମନୋଜ ତନ୍ତୀଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

By amfnews

Related Post