278 Views
ଆହୁରି ପଢ଼ନ୍ତୁ
ଏବେ ଏହି ମଧ୍ୟ ବୟସ୍କ ଦମ୍ପତି ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳ ଓ ପୁଲିସକୁ ଭିଡିଓ ବାର୍ତ୍ତାରେ ଅନୁରୋଧ କରିଛନ୍ତି। ସେମାନେ କହିଛନ୍ତି ଯେ ତାଙ୍କ ଝିଅକୁ ଚାକିରି ଛାଡ଼ିବା ଲାଗି ଗାଁର କିଛି ଲୋକ ବାଧ୍ୟ କରିଥିଲେ। ହେଲେ ଝିଅ ଚାକିରି ନ ଛାଡ଼ିବାରୁ ୫ରୁ ୬ ଜଣ ଲୋକ ତାଙ୍କ ଉପରେ ୫୫୦୦ ଟଙ୍କାର ଜରିମାନା ଲଗାଇଥିଲେ। ଏଥିସହ ନିଆଁ ପାଣି ବାସନ୍ଦ କରିଛନ୍ତି। ଏପରିକି ଗାଁ ଦୋକାନୀକୁ ସଉଦାପତ୍ର ଦେବାକୁ ମଧ୍ୟ ମନା କରିଛନ୍ତି। ଜୀବନ ପ୍ରତି ବିପଦ ଥିବାରୁ ସେମାନେ ଏବେ ଗାଁ ଛାଡ଼ି ଗଜପତି ଜିଲ୍ଲାରେ ଝିଅ ପାଖରେ ଆଶ୍ରୟ ନେଇଛନ୍ତି।