Wed. Mar 19th, 2025

ଝିଅମାନେ ପାଖରେ ମୋବାଇଲ୍‌ ରଖିଲେ ନିଜ ଇଚ୍ଛାରେ ବିବାହ କଲେ ପିତାଙ୍କ ଠାରୁ ଆଦାୟ ହେବ ୧.୫୦ ଲକ୍ଷ ଟଙ୍କା ଜରିମାନା

By amfnews Jul 17, 2019 #Featured
249 Views

ନୂଆଦିଲ୍ଲୀ : ମହିଳାମାନେ ପୁରୁଷଙ୍କ ସହିତ ପାଦରେ ପାଦ କାନ୍ଧରେକାନ୍ଧ ମିଳାଇ ଚାଲିବାରେ ଏବେ ସକ୍ଷମ ହୋଇ ସାରିଲେଣି। ପ୍ରତ୍ୟେକ କୋଣଅନୁକୋଣରେ ମହିଳାମାନେ ପୁରୁଷଙ୍କ ଠାରୁ କମ୍‌ ନୁହେଁ ବୋଲି ବି ପ୍ରମାଣ ହୋଇଛି। ଏହା ସତ୍ତ୍ୱେ ବି ନାରୀଜାତି ପ୍ରତି ଅବିଚାର ହେଉଥିବା ଏକ ଖବର ସାମ୍ନାକୁ ଆସୁଛି।  ଗୁଜରାଟ ବନାସକାଣ୍ଠାରୁ ଆସିଛି ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା।

ଠାକୁର ସମ୍ପଦ୍ରାୟର ଲୋକମାନେ ଏକ ନୂଆ ନିୟମ ଆଣିଛନ୍ତି । ଯେଉଁଥିରେ ଉଲ୍ଲେଖ ରହିଛି କି, ଅବିବାହିତ ଝିଅମାନେ ପାଖରେ ମୋବାଇଲ ରଖିପାରିବେ ନାହିଁ । ନୂଆ ନିୟମ ଅନୁସାରେ ଝିଅମାନଙ୍କୁ ମୋବାଇଲ ରଖିବାକୁ ଅନୁମତି ନାହିଁ, ଯଦି କେହି ବି ଏହି ନିୟମ ଉଲ୍ଲଂଘନ କରିବେ ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଦଣ୍ଡ ସ୍ୱରୂପ ଝିଅର ବାପାଙ୍କ ଠାରୁ ୧.୫୦ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯିବ ।

ଏହାବ୍ୟତୀତ ପଞ୍ଚାୟତରେ ନିଷ୍ପତ୍ତି ହୋଇଛି, ବିବାହରେ ହେଉଥିବା ଅତିରିକ୍ତ ଖର୍ଚ୍ଚ ଉପରେ ମଧ୍ୟ ରୋକ୍‌ ଲଗାଯିବ । ଡିଜେ, ବାଜାବାଣ ଉପରେ ଖର୍ଚ୍ଚ କାଟ କରି ଅର୍ଥ ସଞ୍ଚୟ ହୋଇପାରିବ । କୌଣସି ଝିଅ ପରିବାରର ଇଚ୍ଛା ବିରୋଧରେ ବିବାହ କଲେ ତାହାକୁ ଅପରାଧ କୁହାଯିବ ।

By amfnews

Related Post