Thu. Mar 12th, 2026

ଜୟପୁର: ଭୁଶୁଡ଼ିପଡ଼ିଥିବା କୋଠାରୁ ୧୦ ବର୍ଷିୟ ବାଳକ ଉଦ୍ଧାର ହେବା ପରେ ଡାକ୍ତରଖାନାରେ ମୃତ

197 Views

ଜୟପୁର: ଶୁକ୍ରବାର ସନ୍ଧ୍ୟାରେ ବାରିଣିପୁଟ ଜଗନ୍ନାଥ ମନ୍ଦିର ସାମ୍ନାରେ ଭୁଶୁଡ଼ି ପଡ଼ିଥିବା କୋଠଘରର ଭଗ୍ନସ୍ତପ ମଧ୍ୟରେ ରହିଯାଇଥିବା ଜଣେ ୧୦ ବର୍ଷିୟ ବାଳକ ଆସର ଖରାକୁ ରାତି ପ୍ରାୟ ୧: ୪୫ରେ ଉଦ୍ଧାର କରାଯାଇଛି। ତା’ର ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଶନିବାର ପୂର୍ବାହ୍ନରେ ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ଘଟିଛି।

ଭୁଶୁଡ଼ିପଡ଼ିଥିବା ଘରେ ସମୁଦାୟ ପାଞ୍ଚଜଣ ପୋତି ହୋଇପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଉଦ୍ଧାରକାରୀ ଦଳ ବାହାର କରିବାରେ ସମର୍ଥ ହୋଇଥିଲେ। ସେମାନଙ୍କୁ ପ୍ରଥମେ ଜୟପୁରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଓ ପରେ କୋରାପୁଟସ୍ଥିତ ମେଡିକାଲ୍‌ କଲେଜକୁ ସ୍ଥାନାନ୍ତର କରାଯାଇଥିଲା।

ଏନ୍‌ଡିଆର୍‌ଏଫ୍‌, ପୁଲିସ ଓ ଦମକଳବାହିନୀ ଦୀର୍ଘ ୮ ଘଣ୍ଟା ଉଦ୍ୟମ କରିବା ପରେ ସମସ୍ତଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି। ପୀଡ଼ିତମାନେ ସେ ପରିତ୍ୟକ୍ତ ଘରୁ ଇଟା ବାହାର କରୁଥିବା ବେଳେ ଛାତ ଖସିପଡ଼ିଥିଲା। ଆଜି ସକାଳୁ ରାଜସ୍ୱ ବିଭାଗ ସେ କୋଠକୁ ସିଲ୍‌ କରି ଭାଙ୍ଗିବା କାମ ଆରମ୍ଭ କରିଛି।

By amfnews

Related Post