Sun. Mar 8th, 2026

ଜୟପୁର ଦୁଷ୍କର୍ମ ମାମଲା: ଅଭିଯକ୍ତଙ୍କୁ କୋଟାରୁ ଗିରଫ କଲା ରାଜସ୍ଥାନ ପୁଲିସ

281 Views

ଜୟପୁର  : ଜୟପୁରର ଶାସ୍ତ୍ରୀ ନଗର ଅଞ୍ଚଳରେ ଜଣେ ୭ ବର୍ଷୀୟ ଝିଅ ସହ ଦୁଷ୍କର୍ମ କରାଯାଇଥିବା କଥା ଅଭିଯୋଗ ହେବାର ପାଞ୍ଚ ଦିନ ପରେ ରାଜସ୍ଥାନ ପୁଲିସ ଶନିବାର ଦିନ କୋଟା ଠାରେ ଅଭିଯୁକ୍ତଙ୍କୁ ଗିରଫ କରିଛି। ୩୫ ବର୍ଷିୟ ଅଭିଯୁକ୍ତର ନା ସିକନ୍ଦର ଓରଫ୍‌ ଜିବାନୁ। ବିଳମ୍ବିତ ରାତ୍ରୀରେ ତାଙ୍କୁ ଜୟପୁରକୁ ଅଣାଯାଇଛି।

କୋଟାର ଭୀମଗଞ୍ଜ ବଜାର ଅଞ୍ଚଳରେ ଜଣେ ପରିଚିତ ବ୍ୟକ୍ତିଙ୍କୁ ଭେଟିବାକୁ ଯାଇଥିବା ବେଳେ ସିକନ୍ଦର ଧରାପଡ଼ିଥିଲା। ଜୟପୁର ପୁଲିସ କମିସନର୍‌ ଆନନ୍ଦ ଶ୍ରୀବାସ୍ତବ କହିଛନ୍ତି ଯେ ୨୦୦୪ରେ ଜଣେ ୧୧ ବର୍ଷିୟ ବାଳକ ସହ ଅପ୍ରାକୃତିକ ଯୌନକ୍ରିୟା ଏବଂ ହତ୍ୟା କରିଥିବା ଅଭିଯୋଗରେ ସିକନ୍ଦର ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡାଦେଶ ପାଇଥିଲେ। ସେ ୨୦୧୫ରେ ଜେଲ୍‌ରୁ ମୁକୁଳିଥିଲେ।୨୦୧୭ରେ ଜୟପୁରର ଭାଟ ବସ୍ତି ଅଞ୍ଚଳରେ ଦୁଇ ଜଣ ନାବାଳିକାଙ୍କ ପ୍ରତି ଅସଦାଚରଣ କରିବା ସମେତ ସେ ଗୁଡ଼ାଏ ଅପରାଧ କରିଛି ବୋଲି ପୁଲିସ କହିଛି।

ଜୁଲାଇ ୧ ତାରିଖ ଦିନ ସିକନ୍ଦର ୭ ବର୍ଷୀୟ ଝିଅଟିକୁ ଅପହରଣ କରିବା ପରେ ନିର୍ଦ୍ଧାରିତ ସ୍ଥାନକୁ ନେଇ ଦୁଷ୍କର୍ମ କରିବା ପରେ ତାକୁ ତା’ର (ଝିଅର) ଘର ନିକଟରେ ଫିଙ୍ଗି ଦେଇଥିଲା। ଚିକିତ୍ସା ନିମନ୍ତେ ପୀଡ଼ିତାଙ୍କୁ ଡାକ୍ତରଖାନାରେ ଭର୍ତ୍ତିକ କରିବା ପରେ ତା’ର ଅବସ୍ଥାରେ ଉନ୍ନତି ହୋଇଥିଲା।

By amfnews

Related Post