Fri. Mar 6th, 2026

ଜେଲ ଗଲେ ୩ ଗୋରୁ ବେପାରୀ, ଟାଟା ଏସ ଜବତ , ୫ ଗାଈ ଉଦ୍ଧାର

450 Views

ବାଲିଅନ୍ତ: ବେଆଇନ ଗୋରୁ ଚାଲାଣ ମାମଲାରେ ବାଲିଅନ୍ତା ଥାନା ପୁଲିସ ଆଜି ୩ ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ନିମାପଡ଼ା ଥାନା ଅଞ୍ଚଳର ଶେଖ ଇଜାହାର(୨୪), ଖଣ୍ଡଗିରି ଥାନା ଅଧୀନ ଯଦୁପୁର ଅଞ୍ଚଳର ଶେଖ ନାସିର ମହମ୍ମଦ(୨୭) ଓ ଏହି ଥାନା ଅଞ୍ଚଳର ଶେଖ ଆଜାର। ତେବେ କୋର୍ଟରେ ଜାମିନ ଆବେଦନ ନାମଂଜୁର ହେବାରୁ ସମସ୍ତଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ନେଇ ସୂଚନା ମିଳିଛି। ପୁଲିସ ଘଟଣାସ୍ଥଳରୁ ଏକ ଟାଟା ଏସ (ଓଡି ୦୨ ଏକ୍ୟୁ ୬୫୩୮) ଓ ୫ ଗୋରୁ ଜବତ କରିଛି। ଜବତ ଗୋରୁଗୁଡ଼ିକୁ କେଉଁଠି ଛଡ଼ାଯାଇଛି, ତାହା ଜଣାପଡ଼ିନି। ଗତ ୩ତାରିଖ ରାତି ସାଢ଼େ ୧୨ଟାରେ ବାଲିଅନ୍ତାରୁ ରାଜ୍ୟ ବାହାରକୁ ଗୋରୁ ଚାଲାଣ ହେଉଥିବା ବେଳେ ବ୍ରାହ୍ମଣଷଡ଼ଙ୍ଗୀ ଛକ ନିକଟରେ ପୁଲିସ ଯାଞ୍ଚ ସମୟରେ ଧରା ପଡ଼ିଥିଲେ। ଗୋରୁ ବେପାରୀମାନେ ସେଠାରୁ ଦୌଡ଼ି ଖସି ପଳାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ସ୍ଥାନୀୟ ଲୋକମାନେ ତାଙ୍କୁ କାବୁ କରି ପୁଲିସକୁ ଦେଇଥିଲେ।

By amfnews

Related Post