Fri. Mar 6th, 2026

ଜେଲ୍‌ ଗଲେ ଭଣ୍ଡବାବା

428 Views

ଡେଲାଙ୍ଗ , ଡିସେମ୍ବର ୦୮ : ମହଙ୍ଗା ପଡ଼ିଛି ଭଣ୍ଡବାବାଙ୍କ କଳା କାରନାମା। ଜଣେ ୭ ବର୍ଷର ବାଳିକାକୁ ଅସଦାଚରଣ ଅଭିଯୋଗରେ ପୁଲିସ ଡେଲାଙ୍ଗ ଅଞ୍ଚଳର ହନୁମାନ ବାବାଙ୍କୁ ଗିରଫ କରିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଡେଲାଙ୍ଗ ଅଞ୍ଚଳର ଜଣେ ବାଳିକା ନିକଟସ୍ଥ ମନ୍ଦିରକୁ ଯାଇଥିବା ବେଳେ ସେଠାରେ ହନୁମାନ ବାବା ତାକୁ ପ୍ରସାଦ ଦେବା ପାଇଁ ମନ୍ଦିରକୁ ଡାକିଥିଲେ। ମନ୍ଦିରରେ ଝିଅଟିକୁ ପ୍ରସାଦ ଖାଇବାକୁ ଦେଇ କୌଶଳକ୍ରମେ ଦୁଆର ବନ୍ଦ କରି ଦେଇଥିଲେ ହନୁମାନ ବାବା। ନାବାଳିକା ସହ ଅସଦାଚରଣ କରିବା ସମୟରେ ଝିଅଟି ଚିତ୍କାର କରିବାରୁ ବାବା ତାକୁ ଛାଡି ଦେଇଥିଲେ। ପରେ ଝିଅଟି କାନ୍ଦି କାନ୍ଦି ଘରେ ଜଣାଇବା ପରେ ପରିବାର ଲୋକେ ଘଟଣା ସଂପର୍କରେ ଡେଲାଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଘଟଣାରେ ପୁଲିସ ହନୁମାନ ବାବାଙ୍କୁ ଗିରଫ କରିଛି।

By amfnews

Related Post