Mon. Nov 25th, 2024

ଜେଡିଏସ୍‌- କଂଗ୍ରେସ ମିଳିତ ସରକାରକୁ ଭାଙ୍ଗି ସରକାର ଗଠନ ପାଇଁ ଆରମ୍ଭ କରିଥିବା ଘୋଡ଼ା ବେପାରକୁ ଜୋରଦାର କଲା ବିଜେପି

By amfnews Jan 15, 2019 #Featured
102 Views

ବେଙ୍ଗାଲୁରୁ, ଜାନୁଆରୀ ୧୫: କର୍ଣ୍ଣାଟକରେ ଜେଡିଏସ୍‌- କଂଗ୍ରେସ ମିଳିତ ସରକାରକୁ ଭାଙ୍ଗି ସେଠାରେ ବିଜେପି ସରକାର ଗଠନ ପାଇଁ ବିଜେପି ପକ୍ଷରୁ ଜୋରଦାର ପ୍ରୟାସ ଆରମ୍ଭ ହୋଇଯାଇଛି। ଜେଡିଏସ୍‌- କଂଗ୍ରେସର ବିଧାୟକମାନଙ୍କୁ ନିଜ ପକ୍ଷକୁ ନେବା ପାଇଁ ବିଜେପି ଘୋଡ଼ା ବେପାର ଆରମ୍ଭ କରିବା ସହ କଂଗ୍ରେସ ବିଧାୟକମାନଙ୍କୁ ମୁମ୍ବାଇ ଓ ଜେଡିଏସ୍‌ ବିଧାୟକମାନଙ୍କୁ ନୂଆଦିଲ୍ଲୀ ନେଇଯିବା ସହ ସେଠାରେ ନଜର ବନ୍ଦୀ କରି ରଖିଥିବା ଜାଣିବାକୁ ମିଳିଛି। ମୁମ୍ବାଇରେ ନଜରବନ୍ଦୀ ଥିବା କଂଗ୍ରେସ ବିଧାୟକମାନଙ୍କୁ ବିଜେପିର ବରିଷ୍ଠ ନେତାମାନେ ଭେଟି ସାକ୍ଷାତ ଆଲୋଚନା କରିଛନ୍ତି। ସେହିପରି ନୂଆଦିଲ୍ଲୀରେ ନଜରବନ୍ଦୀ ଥିବା ଜେଡିଏସ୍‌ ବିଧାୟକମାନଙ୍କୁ କର୍ଣ୍ଣାଟକ ବିଜେପି ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରାପ୍ପା ନୂଆଦିଲ୍ଲୀର ଗୁରୁଗ୍ରାମ ଠାରେ ଭେଟି ସେମାନଙ୍କ ସହ ସାକ୍ଷାତ ଆଲୋଚନା କରିଥିବା ବିଶ୍ୱସ୍ତ ସୂତ୍ରରୁ ଜାଣିବା ପାଇଁ ମିଳିଛି।

View image on Twitter

ANI

@ANI

Zameer Ahmed, Congress: 4-5 of our party MLAs are in Mumbai. We will not sit silently if attempts of poaching are made, even we are in touch with some BJP MLAs. We had talked with 2-3 of our MLAs while other MLAs’ phones are off. I can assure you no one will leave.

କର୍ଣ୍ଣାଟକରେ ଜେଡିଏସ୍‌ ନେତା ଏଚ୍‌ ଡି କୁମାରସ୍ୱାମୀଙ୍କ ମୁଖ୍ୟମନ୍ତ୍ରିତ୍ୱରେ ଚାଲିଥିବା ଜେଡିଏସ୍‌- କଂଗ୍ରେସ୍‌ ସରକାରକୁ କଳେବଳେ କୌଶଳେ ଭାଙ୍ଗି କର୍ଣ୍ଣାଟକରେ ବିଜେପି ସରକାର ଗଠନ ପାଇଁ ଏବେ ଗୋଟି ଚାଳନା ଆରମ୍ଭ କରି ଦେଇଛନ୍ତି ବିଜେପିର ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦୁରାପ୍ପା।

ଏହି ଉଦ୍ଦେଶ୍ୟରେ ଜେଡିଏସ୍‌- କଂଗ୍ରେସର ବିଧାୟକମାନଙ୍କୁ ନିଜ ପକ୍ଷକୁ ନେବା ପାଇଁ ସେମାନଙ୍କୁ ବେଙ୍ଗାଲୁରୁରୁ ମୁମ୍ବାଇ ଓ ନୂଆଦିଲ୍ଲୀ ନେଇଯିବା ସହ ସେଠାରେ ନଜର ବନ୍ଦୀ କରି ରଖିଥିବା ଜାଣିବାକୁ ମିଳିଛି।

ନୂଆଦିଲ୍ଲୀରେ ନଜରବନ୍ଦୀ ଥିବା ଜେଡିଏସ୍‌ ବିଧାୟକମାନଙ୍କୁ କର୍ଣ୍ଣାଟକ ବିଜେପି ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରାପ୍ପା ନୂଆଦିଲ୍ଲୀର ଗୁରୁଗ୍ରାମ ଠାରେ ଭେଟି ସେମାନଙ୍କ ସହ ସାକ୍ଷାତ ଆଲୋଚନା କରିଥିବା ବେଳେ ମୁମ୍ବାଇରେ ଥିବା କଂଗ୍ରେସ ବିଧାୟକଙ୍କ ସହ ଆଲୋଚନା କରିଛନ୍ତି ବିଜେପିର କିଛି ବରିଷ୍ଠ ନେତା।

View image on Twitter

ANI

@ANI

Karnataka Minister & Congress leader DK Shivakumar: Our MLAs are with us, we are answerable to the people of the constituency, they are not doing any dirty politics. BJP is trying to create a hype in the country on Mahagathbandhan. Let them be honest with their hearts first.

ତେବେ, କଂଗ୍ରେସ ନେତା ଡି ଶିବକୁମାର ସମସ୍ତ କଂଗ୍ରେସ ବିଧାୟକ ତାଙ୍କ ସହ ରହିଥିବା ଦାବି କରିଥିବା ବେଳେ ଜେଡିଏସ୍‌ ନେତା ଏଚ୍‌ଡି କୁମାରସ୍ୱାମୀ ସମସ୍ତ ଜେଡିଏସ୍‌ ବିଧାୟକ ତାଙ୍କ ସହ ରହିଥିବା ଦାବି କରିଛନ୍ତି। କର୍ଣ୍ଣାଟକର ରାଜନୈତିକ ସ୍ଥିତି ଏପରି ଗୋଳମାଳିଆ ଅବସ୍ଥାରେ ରହିଥିବା ବେଳେ କର୍ଣ୍ଣାଟକରେ ଜେଡିଏସ୍‌ ନେତା ଏଚ୍‌ ଡି କୁମାରସ୍ୱାମୀଙ୍କ ମୁଖ୍ୟମନ୍ତ୍ରିତ୍ୱରେ ଚାଲିଥିବା ଜେଡିଏସ୍‌- କଂଗ୍ରେସ୍‌ ସରକାର ବିରୋଧରେ ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଆଗତ ପାଇଁ ବିଜେପି ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ମିଳିଛି।

By amfnews

Related Post