Tue. Nov 5th, 2024

ଜେଏସ୍ପିଏଲରେ ନିଯୁକ୍ତି ପାଇଁ ମନୋନୀତ ହେଲେ ଆରଆଇଟିର ୫ ଛାତ୍ର

By amfnews Oct 28, 2018 #Featured
101 Views

ରାଉରକେଲା, ୨୮ା୧୦ :  ସ୍ଥାନୀୟ କଲୁଙ୍ଗାସ୍ଥିତ ରାଉରକେଲା ଇନ୍ଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି (ଆରଆଇଟି)ର ୫ ଜଣ ଛାତ୍ର ବଡବିଲ୍ସ୍ଥିତ ଜିନ୍ଦଲ ଷ୍ଟିଲ ଏବଂ ପାୱାର ଲିମିଟେଡ୍ରେ ନିଯୁକ୍ତି ପାଇଁ ମନୋନୀତ ହୋଇଛନ୍ତି । ମନୋନୀତ ଛାତ୍ରମାନେ ହେଲେ ମେକାନିକାଲ ଇଂଜିନିୟରିଂ ବିଭାଗର ଆଦିତ୍ୟ ମିଶ୍ର ଓ ତରୁଣ ପୁହାଣ, ମେଟ୍ରାଲର୍ଜି ଇଂଜିନିୟରିଂ ବିଭାଗର ମିର୍ଜା ଜାହାଙ୍ଗୀର କବିର ବେଗ୍, ସନ୍ତୋଷ ରାଉତ ଏବଂ ଦିବ୍ୟ ସଚି ସାମଲ । ମନୋନୟନ ପାଇଁ ସେପ୍ଟେମ୍ବର ୨୭ ତାରିଖ ଦିନ ଆରଆଇଟି ପରିସରରେ ଏକ କ୍ୟାମ୍ପସ୍ ସାକ୍ଷାତକାର ଅନୁଷ୍ଠିତ ହୋଇଥିଲା ।

ଏଥିରେ କଂପାନୀ ତରଫରୁ ଭାଇସ୍ ପ୍ରେସିଡେଣ୍ଟ, ମାନବ ସମ୍ବଳ ବିଭାଗୀୟ ମୁଖ୍ୟ ଏବଂ ଦୁଇ ଜଣ ସଂପୃକ୍ତ ବିଭାଗୀୟ ମୁଖ୍ୟ ଯୋଗଦେଇଥିବା ବେଳେ ଅନୁଷ୍ଠାନ ତରଫରୁ ଟ୍ରେନିଂ ଓ ପ୍ଲେସ୍ମେଣ୍ଟ ଅଧିକାରୀ ଇଂ.ପ୍ରସନ୍ନଜିତ୍ ସାମଲ ସହଯୋଗ କରିଥିଲେ । ମନୋନୀତ ଛାତ୍ରମାନଙ୍କୁ ଅନୁଷ୍ଠାନର ଅଧ୍ୟକ୍ଷ ମନୋଜ କୁମାର ଜେନା ଏବଂ ଆରଆଇଟି ଅନୁଷ୍ଠାନ ସମୂହ ପରିଚାଳନା କମିଟିର ଚେୟାରମ୍ୟାନ ଡ.ପୀତବାସ ମିଶ୍ର ସେମାନଙ୍କର ସଫଳତା ନିମନ୍ତେ ଅଭିନନ୍ଦନ ଜଣାଇଛନ୍ତି ।

By amfnews

Related Post