Thu. Dec 26th, 2024

ଜେଏନୟୁରେ ନେହରୁଙ୍କ ମୂର୍ତ୍ତି ସମ୍ମୁଖରେ ପ୍ରତିଷ୍ଠା ହେବ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମା

By amfnews Nov 29, 2018 #Featured
166 Views

ନୂଆଦିଲ୍ଲୀ, ନଭେମ୍ବର ୨୯: ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ଖୁବ ଶୀଘ୍ର ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମା ନିର୍ମାଣ ହେବ । ମୂର୍ତ୍ତି ନିର୍ମାଣକୁ ନେଇ ଛାତ୍ର ସଂଘ ଏବଂ ଶିକ୍ଷକ ସଂଘ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ସେମାନେ କହିଛନ୍ତି, ସ୍ୱାମୀ ବିବେକାନନ୍ଦଙ୍କ ମୂର୍ତ୍ତି ନିର୍ମାଣ କରିବା ପାଇଁ ଟଙ୍କା କେଉଁଠାରୁ ଆସିବ । ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ କାର୍ଯ୍ୟକାରୀ ପରିଷଦ ଗତ ବର୍ଷ ଜୁଲାଇରେ ମୂର୍ତ୍ତି ନିର୍ମାଣ ପାଇଁ ମଞ୍ଜୁରୀ ଦେଇଥିଲା । ଏହା ପରେ ଏକ କମିଟି ଗଠନ କରାଯାଇଥିଲା । ବିବେକାନନ୍ଦଙ୍କ ମୂର୍ତ୍ତି ପଣ୍ଡିତ ଜବାହର ଲାଲ ନେହରୁଙ୍କ ପ୍ରତିମା ସମ୍ମୁଖରେ ନିର୍ମାଣ ହେବ ।

ମୂର୍ତ୍ତି ନିର୍ମାଣକୁ ନେଇ ଖବର ପ୍ରଚାରିତ ହେବା ପରେ ଛାତ୍ର ସଂଘ ଏବଂ ଶିକ୍ଷକ ସଂଘ ପ୍ରଶ୍ନ କରିଛନ୍ତି ଯେ, ପ୍ରତିମା ନିର୍ମାଣ ପାଇଁ ଟଙ୍କା କେଉଁଠୁ ଆସିବ । ବର୍ତ୍ତମାନ କ୍ଷେତ୍ରରେ ବିଶ୍ୱବିଦ୍ୟାଳୟ ନିକଟରେ ପୁସ୍ତକାଳୟ ଏବଂ ଛାତ୍ର ବୃତ୍ତି ଦେବା ପାଇଁ ଟଙ୍କା ନଥିବା ବେଳେ କର୍ତ୍ତୃପକ୍ଷ ମୂର୍ତ୍ତି ନିର୍ମାଣ ପାଇଁ ଟଙ୍କା କେଉଁଠୁ ପାଇବେ । କର୍ତ୍ତୃପକ୍ଷ ମୂର୍ତ୍ତି ନିର୍ମାଣକୁ ନେଇ ବ୍ୟସ୍ତ ଅଛନ୍ତି ।

ଦେଶର ମର୍ଯ୍ୟାଦା ସଂପନ୍ନ ଶିକ୍ଷାନୁଷ୍ଠାନରେ କୌଣସି କାରଣକୁ ନେଇ ବର୍ଷର ଅଧିକ ସମୟ ବିବାଦ ଘେରରେ ରହୁଛି । ଗତ ବର୍ଷ ଜେଏନୟୁରେ କୁଳପତି ଏମ ଜଗଦୀଶ କୁମାର ସରକାରଙ୍କୁ ବିଶ୍ୱବିଦ୍ୟାଳୟ ପରିସରରେ ଏକ ଟ୍ୟାଙ୍କ ଛିଡା କରିବାକୁ ଦାବି କରିଥିଲେ । କୁମାରଙ୍କ ମୁତାବକ ଏହି ଟ୍ୟାଙ୍କ ଛାତ୍ରମାନଙ୍କ ପ୍ରତି ସେନା ପ୍ରତି ପ୍ରେମ ଭାବନା ଜାଗ୍ରତ କରିବ । ଜେଏନୟୁ ପରିସରରେ ବିଗତ ଦିନରେ ଅନେକ ବିବାଦ ଦେଖାଯାଇଛି । କିଛି ଛାତ୍ର ଦେଶ ବିରୋଧୀ ଗତିବିଧିରେ ସାମିଲ ରହୁଥିବା ମଧ୍ୟ ଅନେକ ସମୟରେ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି । ଏଭଳି ଛାତ୍ରଛାତ୍ରୀଙ୍କ ବିରୋଧରେ ମାମଲା ଚାଲିଛି । ଦିଲ୍ଲୀ ପୋଲିସ ଘଟଣା ଯାଞ୍ଚ କରୁଛି ।

By amfnews

Related Post