Mon. Apr 21st, 2025

ଜେଏନ୍‌ୟୁ ଫି’ ବୃଦ୍ଧି ଯୋଗୁଁ ବିକ୍ଷୋଭ; ପରିସର ବାହାରେ ଛାତ୍ର-ପୁଲିସ ସଂଘର୍ଷ

By amfnews Nov 11, 2019 #Featured
146 Views

ନୂଆଦିଲ୍ଲୀ: ଫି’ ବୃଦ୍ଧି ସହ ଅନ୍ୟାନ୍ୟ କେତେକ ଘଟଣା ପାଇଁ ସୋମବାର ଦିନ ଜବାହରଲାଲ୍‌ ନେହେରୁ ୟୁନିଭର୍ସିଟି ବାହାରେ ଏକ ନାଟକୀୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜେଏନ୍‌ୟୁ ଛାତ୍ର ସଙ୍ଗଠନ ଏହି ପ୍ରତିବାଦ ଆୟୋଜନ କରିଥିଲେ।

ପ୍ରତିବାଦକାରୀଙ୍କ ଉଗ୍ର କାର୍ଯ୍ୟକଳାପ ଆଶଙ୍କାରେ ପୁଲିସ ବେରିକେଡ୍‌ ବସାଇଥିବାରୁ କେତେକ ଛାତ୍ର ପୁଲିସମାନଙ୍କ ସହ ସଂଘର୍ଷ କରିଥିବାର ଦେଖାଯାଇଥିଲା। ଜଣେ ପ୍ରତିବାଦକାରୀ ଗଣମାଧ୍ୟମକୁ କହିଛନ୍ତି: ଫି’ ବୃଦ୍ଧିକୁ ବିରୋଧ କରି ଗତ ୧୫ ଦିନ ହେବ ପ୍ରତିବାଦ ଚାଲିଛି। ଅନ୍ୟୂନ ୪୦% ଛାତ୍ରଛାତ୍ରୀ ଦରିଦ୍ର ପୃଷ୍ଠଭୂମିରୁ ଆସୁଛନ୍ତି। ସେମାନେ ଏଠାରେ ପଢ଼ିବେ କିପରି?

ଫି’ ବୃଦ୍ଧି ବିରୋଧରେ ଲେଖାଯାଇଥିବା ବ୍ୟାନର୍‌ ଧରି ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଏହି ପ୍ରତିବାଦରେ ଭାଗ ନେଇଥିଲେ।

ଗୁରୁବାର ଦିନ ଜେଏନ୍‌ୟୁ ପ୍ରଶାସନ ଛାତ୍ରଛାତ୍ରୀମାନଙ୍କୁ ନିବେଦନ କରି କହିଥିଲେ କି, ଡ୍ରାଫ୍‌ଟ୍‌ ହଷ୍ଟେଲ୍‌ ମାନୁଆଲ୍‌ ବିରୋଧରେ ଆନ୍ଦୋଳନ ବନ୍ଦ କର। ଏହି ମାନୁଆଲ୍‌ରେ ଫି’ ବୃଦ୍ଧି ଏବଂ ଡ୍ରେସ୍‌କୋଟ୍‌ ପ୍ରସଙ୍ଗ ରହିଥିବା କଥା କୁହାଯାଉଛି। ପ୍ରଶାସନ ଆହୁରି କହିଛି ଯେ ଏହି ପ୍ରତିବାଦ ପାଠପଢ଼ାକୁ ପ୍ରଭାବିତ କରୁଥିବାରୁ ସମଗ୍ର ଭାରତର ବହୁ ସଂଖ୍ୟକ ନିରୀହ ବିଦ୍ୟାର୍ଥୀ ପାଠପଢ଼ା, ଆସାଇନ୍‌ମେଣ୍ଟ୍‌ ସାରିବା ଏବଂ ପରୀକ୍ଷା ପାଇଁ ପ୍ରସ୍ତୁତି କାର୍ଯ୍ୟ ଉପରେ ଧ୍ୟାନ ଦେଇ ପାରୁ ନାହାନ୍ତି।

By amfnews

Related Post