Sun. Jun 8th, 2025

ଜୁନ୍ ୩ରେ ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ

By amfnews Jun 1, 2019 #Featured
325 Views

ଭୁବନେଶ୍ୱର : ଜୁନ୍ ୩ ତାରିଖରେ (ସୋମବାର) ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳାଫଳ। ଦିନ ୧୨ଟା ବେଳେ ଭୁବନେଶ୍ୱର ସ୍ଥିତ ଗୀତଗୋବିନ୍ଦ ଭବନ (ସୂଚନା ଭବନର ଦ୍ୱିତୀୟ ଅଡିଟୋରିଅମ୍‌)ରେ ପରୀକ୍ଷା ଫଳ ପ୍ରକାଶ କରାଯିବ। ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି।

ପରୀକ୍ଷାର୍ଥୀମାନେ www.chseodisha.nic.in ଓ http://orissaresults.nic.in ୱେବ୍‌ସାଇଟ୍‌ରେ ସେମାନଙ୍କ ପରୀକ୍ଷା ଫଳ ଦେଖିପାରିବେ। ଏଥର ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ମାର୍ଚ୍ଚ ୭ ତାରିଖରୁ ଆରମ୍ଭ ହୋଇଥିଲା। ଏହା ମାର୍ଚ୍ଚ ୩୦ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ତେବେ ବାଣିଜ୍ୟ ଓ କଳା ପରୀକ୍ଷା ଫଳାଫଳ କେବେ ବାହାରିବ, ସେ ନେଇ କୌଣସି ସୂଚନା ଦିଆଯାଇ ନାହିଁ।

ସୂଚନାଯୋଗ୍ୟ, ଗତବର୍ଷ ମେ’ ୧୯ ତାରିଖରେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳାଫଳ ପ୍ରକାଶ ପାଇଥିଲା। ତେବେ ଏଥର ବାତ୍ୟା ‘ଫୋନି’ ଯୋଗୁ ଖାତା ଦେଖାରେ କିଛି ପରିମାଣରେ ବାଧା ସୃଷ୍ଟି ହୋଇଥିଲା।

By amfnews

Related Post