Sun. Jun 8th, 2025

ଜୁନମାସରେ ହେବନି ଯୁକ୍ତ ଦୁଇ ପରୀକ୍ଷା, ସିବିଏସଇ ନିଷ୍ପତ୍ତି ଅପେକ୍ଷାରେ ଉଚ୍ଚଶିକ୍ଷା ବିଭାଗ

By amfnews May 9, 2021 #Featured
203 Views

ଭୁବନେଶ୍ବର, ମେ ୦୯ :

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ବାର୍ଷିକ ଯୁକ୍ତ ଦୁଇ ପରୀକ୍ଷା ଚଳିତ ବର୍ଷ ଜୁନରେ ହେବାର ସମ୍ଭାବନା ନାହିଁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି।

କରୋନାର ଦ୍ୱିତୀୟ ତରଙ୍ଗକୁ ଦୃଷ୍ଟିରେ ରଖି ଏହି ପରୀକ୍ଷା ପୂର୍ବରୁ ରାଜ୍ୟ ସରକାର ସ୍ଥଗିତ ରଖିଥିଲେ।

ଯଦି ଜୁନ୍ ମାସରେ ରାଜ୍ୟରେ ମହାମାରୀର ସ୍ଥିତିରେ ସୁଧାର ଆସେ ତେବେ ଏହି ପରୀକ୍ଷା ଜୁଲାଇ କିମ୍ବା ଅଗଷ୍ଟରେ ହୋଇପାରେ ବୋଲି ଅଧିକାରୀ ଜଣକ କହିଛନ୍ତି ଯୁକ୍ତ ଦୁଇ ପରୀକ୍ଷା ସମ୍ପର୍କରେ ଓଡିଶା ସରକାର ସିବିଏସ୍ଇର ପରବର୍ତ୍ତୀ ନିର୍ଦ୍ଦେଶ  ଅପେକ୍ଷାରେ ରହିଛନ୍ତି ।

ଉଲ୍ଲେଖଯୋଗ୍ୟ, ମାଧ୍ୟମିକ ଶିକ୍ଷା ପରିଷଦ ପ୍ରାୟ ସାଢେ ତିନି ଲକ୍ଷ ପ୍ରାର୍ଥୀଙ୍କ ପାଇଁ ଉତ୍ତର ବୁକଲେଟ୍ ପ୍ରସ୍ତୁତ କରିସାରିଛି। ଅନ୍ୟପକ୍ଷରେ ମୁଦ୍ରଣ କାର୍ଯ୍ୟ ବିଚାରାଧୀନ ରହିଥିବାବେଳେ ପ୍ରଶ୍ନପତ୍ର ମଧ୍ୟ ଚୂଡ଼ାନ୍ତ ହୋଇସାରିଛି।

କରୋନା ପରିସ୍ଥିତି ଯୋଗୁଁ ରାଜ୍ୟ ସରକାର ଏହି ବର୍ଷ ପାଇଁ ମାଟ୍ରିକ୍ ପରୀକ୍ଷା ବାତିଲ କରିଥିଲେ। ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ବିଏସ୍ଇ) ଦଶମ ଛାତ୍ରମାନଙ୍କୁ ମାର୍କ ପ୍ରଦାନ କରିବା ପାଇଁ ଏକ ବିକଳ୍ପ ମୂଲ୍ୟାଙ୍କନ ପଦ୍ଧତିକୁ ଅନୁମୋଦନ କରିଛି।

By amfnews

Related Post