Fri. Mar 6th, 2026

ଜୁଆ ଆଡ୍ଡା ଉପରେ ଚଢାଉ କରିବାକୁ ଯାଇଥିବା ପୋଲିସ୍ କର୍ମଚାରୀଙ୍କ ଉପରକୁ ଜୁଆଡିଙ୍କ ଆକ୍ରମଣ, ୪ ପୋଲିସ୍ କର୍ମଚାରୀ ଆହାତ

291 Views

ଗଜପତି, ଜାନୁଆରୀ ୧୫ : ରାଜ୍ୟରେ ନିଶା କାରବାର ବଢୁଥିବା ବେଳେ ନିଶାଡି ଓ ଜୁଆଡିଙ୍କ ଉତ୍ପାତ ମଧ୍ୟ ସମାନ ଢଙ୍ଗରେ ବଢୁଛି । ସେଭଳି କିଛି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅନ୍ତର୍ଗତ ଖରଷଣ୍ଡା ଗ୍ରାମରେ ।

ଗାଁ ରେ ଜୁଆ ଖେଳ ଚାଲିଥିବାର ସୂଚନା ପାଇ ଗୁରାଣ୍ଡି ଥାନା ପୋଲିସ୍ ଜୁଆ ଆଡ୍ଡା ଉପରେ ଆତର୍କିତ ଚଢାଉ କରିଥିଲା। ଏହି ସମୟରେ ଆଡ୍ଡାରେ ଜୁଆ ଖେଳୁଥିବା ଜୁଆଡି ମାନେ ପୋଲିସ୍ ଭ୍ୟାନକୁ ଟେକା ପଥର ମାଡ କରିବା ସହିତ ପୋଲିସ୍ କର୍ମଚାରୀ ମାନଙ୍କ ଉପରକୁ ଆକ୍ରମଣ ମଧ୍‌ୟ କରିଥିଲେ ଯେଉଁଥିରେ ଗୁରାଣ୍ଡି ଥାନା ଅଧିକାରୀ ମମତା ପଣ୍ଡାଙ୍କ ସମେତ ଆଉ ୪ଜଣ ପୋଲିସ୍ କର୍ମଚାରୀ ଗୁରୁତର ଭାବେ ଆହାତ ହୋଇଥିବା ସୂଚନା ମିଳିଛି ।

ଗତ କାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ ସମସ୍ତ ଆହାତ ପୋଳଇସ୍ କର୍ମଚାରୀଙ୍କୁ ପାରଳାଖେମୁଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣା ପରେ ପାରଳାଖେମୁଣ୍ଡି ଏସଡିପିଓ ପହଞ୍ଚି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିବା ସହିତ ଜୁଆଡି ମାନଙ୍କୁ ଧରିବା ପୋଲିସ୍ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛି ।

By amfnews

Related Post