ଲକ୍ଷ୍ନୌ : ଉତ୍ତର ପ୍ରଦେଶର ଜୌନପୁର ଅଞ୍ଚଳ ଜଣେ ବ୍ୟକ୍ତି ଜୁଆ ଖେଳରେ ନିଜର ସ୍ତ୍ରୀଙ୍କୁ ବାଜି ଲଗାଇ ହାରିବାପରେ ସ୍ତ୍ରୀ ଗଣଦୁଷ୍କର୍ମର ଶିକାର ହୋଇଥିବା ଜଣାଯାଇଛି।ପୀଡ଼ିତା ମହିଳାଙ୍କ ଅଭିଯୋଗ ଅନୁଯାୟୀ ତାଙ୍କର ସ୍ୱାମୀ ମଦ ପିଅନ୍ତି ଓ ଜୁଆ ଖେଳନ୍ତି । ସେ ତାଙ୍କର ସାଙ୍ଗ ଅରୁଣଙ୍କ ସହିତ ଜୁଆ ଖେଳୁଥିଲେ ଏବଂ ଅରୁଣଙ୍କ ସାଙ୍ଗରେ ତା’ର ବନ୍ଧୁ ଅନିଲ ମଧ୍ୟ ବେଳେ ବେଳେ ଆସିଥାନ୍ତି ।
ଏହି ଖେଳରେ ସ୍ୱାମୀ ଯେତେବେଳେ ସବୁ ଟଙ୍କା ହାରି ଯାଇଥିଲେ, ଏହା ପରେ ତାଙ୍କୁ ବାଜି ଲଗାଇଥିଲେ । ମଦ୍ୟପ ବ୍ୟକ୍ତି ସ୍ତ୍ରୀଙ୍କୁ ମଧ୍ୟ ହାରି ଯାଇଥିଲେ । ଏହା ପରେ ଅନିଲ ଓ ଅରୁଣ ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ ବୋଲି ଅଭିଯୋଗ କରିଛନ୍ତି ପୀଡ଼ିତା ।
ମହିଳା ଜଣକ ଆହୁରି ଅଭିଯୋଗ କହିଛନ୍ତି ଯେ, ଗଣଦୁଷ୍କର୍ମର ଶିକାର ହେବା ପରେ ସେ ସ୍ୱାମୀଙ୍କ ଉପରେ ଅଭିମାନ କରି ନିଜ ବାପଘରକୁ ଚାଲିଯାଇଥିଲେ ।
କିଛି ଦିନ ପରେ ସ୍ୱାମୀ ନିଜର ଦୋଷ ସ୍ବୀକାର କରି ନିଜ ଘରକୁ ଫେରାଇ ନେଇଥିଲେ। ହେଲେ ଫେରିବା ବାଟରେ ସ୍ୱାମୀଙ୍କ କାରକୁ ଅଟକାଇ ପୁଣି ଅନିଲ ଓ ଅରୁଣ ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ।ଏହାପରେ ପୀଡ଼ିତା ଥାନାରେ ଏତଲା ଦେଇଥିଲେ। ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଖୋଜୁଥିବା ବେଳେ ସେଦୁହେଁ ଫେରାର୍ ହୋଇଯାଇଥିବା ଜଣାଯାଇଛି।