Sat. Nov 23rd, 2024

ଜୁଆଡି ପୁଲିସ ମଧ୍ୟରେ ଧସ୍ତାଧସ୍ତି,୨୦ ଜୁଆଡି ଗିରଫ। ଜୁଆଡିଙ୍କ ପଥର ମାଡ ; ପୁଲିସର ୨ ରାଉଣ୍ଡ ଫାଙ୍କା ଗୁଳି ଚାଳନା। ଜୁଆଡିଙ୍କ ପଥର ମାଡରେ କନେଷ୍ଟବଳ ଆହତ।

By amfnews Nov 21, 2018 #Featured
277 Views

ମାଲକାନଗିରି ଟାଉନ ଥାନା ପୁଲିସକୁ ୨୦ ଜୁଆଡିଙ୍କୁ ଗିରଫ କରିବାରେ ସଫଳତା ମିଳିଛି।୧୯ ତାରିଖ ରାତି ୧୨.୩୦ ସମୟରେ ଏମଭି ୨୩ ସ୍ଥିତ ଜଗଧାତ୍ରୀ ମନ୍ଦିର ପଡିଆରେ ଜୁଆ ଖେଳ ହଉଥିବା ସମ୍ପର୍କରେ ପୁଲିସ ଏକ ବିଶେଷ ସୂତ୍ରରୁ ସୂଚନା ପାଇବା ପରେ ସବ ଇନ୍ସପେକ୍ଟର ଏସ.କେ ଦାସ ସଦଳବଳେ ଜୁଆଆଡାରେ ଛାପା ମାରିଥିଲେ।
ଏଥିରେ୨୦ ଜୁଆଡିଙ୍କୁ ପୁଲିସ ଗିରଫ କରି ଫେରୁଥିବା ବେଳେ  ଅନ୍ୟ ଜୁଆଡି ମାନେ ପୁଲିସ ଉପରକୁ ପଥର ମାରିବା ସହ ଅସଭ୍ୟ ଭାଷାରେ ଗାଳି କରିବା ସହ ପୁଲିସ ସହିତ ଧସ୍ତାଧସ୍ତି କରି ଗିରଫ ଜୁଆଡିଙ୍କୁ ଛଡାଇବା ପାଇଁ ଚେଷ୍ଟା କରିଥିଲେ। ଆତ୍ମରକ୍ଷା ଏବଂ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଫାଙ୍କରେ ୨ ରାଉଣ୍ଡ ଗୁଳି ଚଳାଇବା ପରେ  ଅନ୍ଧାରର ସୁଯୋଗ ନେଇ ଜୁଆଡି ମାନେ ସେଠାରୁ ଦୌଡ଼ି ପଳାଇଥିଲେ।ହେଲେ ପଥର ମାଡରେ ୩ କନେଷ୍ଟବଳ ଆହତ ହୋଇଥିବା ଜଣାପଡିଛି।
ଏହା ପରେ ପୁଲିସ ଗିରଫ ୨୦ ଜୁଆଡିଙ୍କୁ ଥାନାକୁ ଆଣି ତଦନ୍ତ କରିବାରୁ ସେମାନେ ସମସ୍ତେ ଜୁଆ ଖେଳୁଥିଲେ ବୋଲି ପୁଲିସ ସମୁଖରେ ସ୍ଵୀକାର କରିଛନ୍ତି।ଏଥିସହିତ  ପୁଲିସ ଉପରକୁ କେଉଁ ମାନେ ପଥର ଫିଙ୍ଗି ଅନ୍ୟ ମାନଙ୍କୁ ଫେରାର କରିବାକୁ ଚାହୁଁଥିଲେ।ସେମାନଙ୍କୁ ପୁଲିସ ଚିହ୍ନଟ କରିଛନ୍ତି।ସେମାନେ ହେଲେ ଅମର ବାନିକ,ହର୍ଷିତ ବିଶ୍ୱାସ, ମାଧବ ଦାଶ,ମନୋରଞ୍ଜନ ଘାରାମି,ପରିତୋଷ ସରକାର, ସାଧନ ଦାଶ ଓ ଭାବରଞ୍ଜନ ଦାଶ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ କହିଛି।
ପ୍ରକାଶ ଥାଉକି ବିଗତ ଦୁଇ ମାସ ମଧ୍ୟରେ ମାଲକାନଗିରି ପୁଲିସ ବିଭିନ୍ନ ଥାନା ଅନ୍ତର୍ଗତ ଜୁଆ ଆଡା ଉପରେ ଚଢ଼ାଉ କରି ୧୩୪ ଜୁଆଡିଙ୍କୁ ଗିରଫ କରିଥିବା ବେଳେ ୨ ଲକ୍ଷ ୭୬ ହଜାର ଟଙ୍କା ଓ ଅନେକ ମଟର ସାଇକେଲ, ମୋବାଇଲ ଫୋନ ଜବତ କରିଥିବା ଜଣାପଡିଛି।
ପୁଲିସ ଘଟଣା ସ୍ଥଳରୁ ଜବତ ହୋଇଥିବା ୨୬୯୦୦ ଟଙ୍କା, ଖୁଡଖୁଡି ପାଲି,୬ଟି ଗୋଟି ସହ ବିଭିନ୍ନ କମ୍ପାନୀର ମୋବାଇଲ ଫୋନ ଜବତ କରିଛି ଏବଂ ଅଭିଯୁକ୍ତଙ୍କୁ ମଙ୍ଗଳବାର ଦିନ କୋର୍ଟ ଚାଲାଣ କରାଯାଇଥିବା ବେଳେ ଖସିଯାଇଥିବା ଅଭିଯୁକ୍ତ ମାନଙ୍କୁ ଖୁବ ଶୀଘ୍ର କାବୁ କରାଯିବ ବୋଲି ଏସଡିପିଓ ଶ୍ରୀ ବିବେକ ସୂଚନା ଦେଇଛନ୍ତି।

By amfnews

Related Post