Sat. Mar 7th, 2026

ଜି୨୦ରେ ମୋଦି ଏବଂ ଆବେଙ୍କ ସହ ଟ୍ରମ୍ପ୍‌ଙ୍କ ତ୍ରିପାକ୍ଷିକ ଆଲୋଚନା

169 Views

ଓ୍ଵାସିଂଟନ୍‌, ନଭେମ୍ବର ୨୮: ନଭେମ୍ବର ୩୦ ତାରିଖ ଏବଂ ଡିସେମ୍ବର ୧ ତାରିଖ ଦିନ ବୁଏନସ୍‌ ଆରିଜ୍‌ ଠାରେ ଜିଟେ୍ଵଣ୍ଟି ଶିଖର ବୈଠକ ସମୟରେ ଆମେରିକୀୟ ରଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋଆବେଙ୍କ ମଧ୍ୟରେ ତ୍ରିପାକ୍ଷିକ ଆଲୋଚନା ହେବ ବୋଲି ମଙ୍ଗଳବାର ଦିନ ହ୍ଵାଇଟ୍‌ ହାଉସ୍‌ କହିଛି।

ଆର୍ଜେଣ୍ଟିନା ଠାରେ ଆୟୋଜନ କରାଯାଇଥିବା ଜିଟେ୍ଵଣ୍ଟି ଶିଖର ବାଦ୍‌ ଏହି ତ୍ରିପାକ୍ଷିକ ଆଲୋଚନା ଟ୍ରମ୍ପ୍‌ଙ୍କର ଅନେକଗୁଡ଼ିଏ ବୈଠକ ମଧ୍ୟରୁ ଅନ୍ୟତମ। ପ୍ରଥମେ ଏହା ଟ୍ରମ୍ପ୍‌ ଏବଂ ଆବେଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଥିଲା। ଏହି ବାର୍ଷିକ ଜିଟେ୍ଵଣ୍ଟି ଶିଖରରେ ବିଶ୍ୱର ଶୀର୍ଷସ୍ତରୀୟ ୨୦ଟି ଅର୍ଥନୀତିର ନେତୃବୃନ୍ଦ ଯୋଗ ଦେଉଛନ୍ତି।

କିନ୍ତୁ, ଏଥିରେ ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ ଏବଂ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ସହ ଟ୍ରମ୍ପ୍‌ଙ୍କ ଆଲୋଚନା ଉପରେ ସମସ୍ତଙ୍କ ଦୃଷ୍ଟି ରହିବ।
ଜିଟେ୍ଵଣ୍ଟି ଶିଖର ବୈଠକ ପୂର୍ବରୁ ଯୁକ୍ତରାଷ୍ଟ୍ର ଆମେରିକାର ନିରାପତ୍ତା ଉପଦେଷ୍ଟା ଜନ୍‌ ବୋଲ୍‌ଟନ୍‌ କହିଛନ୍ତି ଯେ ଆର୍ଜେଣ୍ଟିନାର ରାଷ୍ଟ୍ରପତି ମୌରିସିଓ ମ୍ୟାକ୍‌ରି, ଦକ୍ଷିଣ କୋରିଆର ରାଷ୍ଟ୍ରପତି ମୁଉନ୍‌ ଜାଏ- ଇନ୍‌, ତୁର୍କୀର ରାଷ୍ଟ୍ରପତି ତାୟିପ୍‌ ଏର୍ଡାଗାନ୍‌ଙ୍କ ସହ ମଧ୍ୟ ଟ୍ରମ୍ପ୍‌ଙ୍କର ସାକ୍ଷାତ୍‌କାର ହେବ।

By amfnews

Related Post