Mon. Dec 23rd, 2024

ଜିଲ୍ଳ୍ା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର 

By amfnews Aug 22, 2018 #Featured
240 Views

ଯାଜପୁର, ତା ୨୨ା୮ : ସୋମବାର ପୂର୍ବାହ୍ନରେ ଯାଜପୁର ବ୍ଳ୍କର ଊପର ବରୁହାଁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଜିଲ୍ଳ୍ା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଯାଜପୁର ଜିଲ୍ଳ୍ାପାଳ ରଂଜନ କୁମାର ଦାସ ଅଧ୍ୟକ୍ଷତା କରିବା ସହ ଶିବିରକୁ ଆସୁଥିବା ଅଭିଯୋଗକାରୀଙ୍କର ସମସ୍ୟାର ସମାଧାନ ତ୍ୱରାନ୍ୱିତ ପ୍ରକ୍ରିୟାରେ କରିବାକୁ ପରାମର୍ଶ ଦେଇଥିଲେ ।

ଏହି ଶୁଣାଣିରେ ମୋଟ ୭୮୮ ଗୋଟି ଅଭିଯୋଗ ମଧ୍ୟରୁ ୭୭୪ ଗୋଟି ବ୍ୟକ୍ତିଗତ, ୧୧ ଗୋଟି ସାମୁହିକ, ମୁଖ୍ୟମନ୍ତ୍ରୀଙ୍କ ରିଲିପଂ୍ ପାଣ୍ଠିରୁ ସହାୟତା ପାଇଁ ୦୩ ଗୋଟି ଆବେଦନ ପତ୍ର ମିଳିଥିବା ବେଳେ ସେମାନଙ୍କୁ ୨୩,୦୦୦/- ଟଂକା ପ୍ରଦାନ କରାଯାଇଥିଲା । ଶିବିରରେ ତତ୍କ୍ଷଣାତ୍ ୩୦୩ ଗୋଟି ଅଭିଯୋଗର ସମାଧାନ କରାଯାଇଥିଲା । ଅଗଷ୍ଟ ୨୭ ତାରିଖରେ ବରୀ ବ୍ଳ୍କ କାର୍ଯ୍ୟାଳୟ ଠାରେ ମିଳିତ ଅଭିଯୋଗ ଶୁଣାଣୀ ଓ କୃଷି ସମାଧାନ ଶିବିର ଅନୁଷ୍ଠିତ ହେବ ବୋଲି ଜିଲ୍ଳ୍ା ଅଭିଯୋଗ ପ୍ରକୋଷ୍ଠ ପକ୍ଷରୁ ପ୍ରକାଶ ।

ଏହି ଶିବିରରେ ଆରକ୍ଷୀ ଅଧିକ୍ଷକ, ଜିଲ୍ଳ୍ା ଗ୍ରାମ୍ୟ ଊନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ , ଊପ-ଜିଲ୍ଳ୍ାପାଳ , ତହସିଲଦାର , ବି.ଡି.ଓ., ବ୍ଳ୍କ ଅଧ୍ୟକ୍ଷ , ଅଭିଯୋଗ ପ୍ରକୋଷ୍ଠ ଅଧିକାରୀ ଓ ଅନ୍ୟାନ୍ୟ ଜିଲ୍ଳ୍ା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।

By amfnews

Related Post