Fri. Mar 6th, 2026

ଜିଲ୍ଲା ହସ୍ପିଟାଲକୁ ନିଆଁ ଭୟ : ସଙ୍କଟରେ ରୋଗୀଙ୍କ ଜୀବନ

????????????????????????????????????
239 Views

ପୁରୀ : ପୁରୀ ଜିଲ୍ଲା ହସ୍ପିଟାଲରେ ଅକାମୀ ହୋଇ ପଡ଼ିଲାଣି ଅଗ୍ନି ନିର୍ବାପକ ଯନ୍ତ୍ର। ମାସ ମାସ ଧରି ଏହାର ପରୀକ୍ଷାମୂଳକ ଉପଯୋଗ ବା ଯାଞ୍ଚ ହୋଇନାହିଁ। କୋଣ ଅନୁକୋଣରେ ପଡ଼ି ଖତ ଖାଉଛି ଅଗ୍ନି ନିର୍ବାପକ ଯନ୍ତ୍ର। କୌଣସି ମୁହୂର୍ତ୍ତରେ ଅଗ୍ନି ଅଘଟଣ ହେଲେ, ସ୍ଥିତି ସଂଗୀନ ହେବ। ରୋଗୀ ଏବଂ ଆଟେଣ୍ଡାଣ୍ଟଙ୍କ ଜୀବନ ଯାଇପାରେ।

ପୁରୀ ଜିଲ୍ଲା ହସ୍ପିଟାଲ ସମଗ୍ର ରାଜ୍ୟରେ ଏକ ସ୍ବତନ୍ତ୍ର ହସ୍ପିଟାଲ। ଆନ୍ତର୍ଜାତିକ ପର୍ଯ୍ୟଟନ ସହରରେ ଥିବା ଏହି ହସ୍ପିଟାଲ ଉପରେ ଲକ୍ଷାଧିକ ଲୋକ ନିର୍ଭର କରନ୍ତି। ଏହାବ୍ୟତୀତ ଦେଶ ବିଦେଶର ପର୍ଯ୍ୟଟକ ନିର୍ଭର କରନ୍ତି। ଏଠକୁ ଆସୁଥିବା ଭକ୍ତମାନଙ୍କର ବି ଏହି ହସ୍ପିଟାଲ ‌େହଉଛି ସାହାରା। ସେଥିପାଇଁ ଏହି ହସ୍ପିଟାଲକୁ ଦିଆଯାଇଛି ଗୁରୁତ୍ବ।

ରାଜ୍ୟ ସରକାର ଏହି ହସ୍ପିଟାଲର ବିକାଶ ପାଇଁ ଶହେ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି। ଉଚ୍ଚ ଉଚ୍ଚ କୋଠା ଛିଡ଼ା ହୋଇଛି। ହେଲେ ସେଥିରେ ଅଗ୍ନି ସୁରକ୍ଷା ନାହିଁ। ଅଗ୍ନି ନିର୍ବାପକ ରଖାଯାଇଛି ମାତ୍ର ତାହା ଅକାମୀ। ପ୍ରାୟ ୪୫ଟିରୁ ଅଧିକ ଅଗ୍ନି ନିର୍ବାପକ ରହିଛି। ସେଥିରୁ ପ୍ରାୟ ୪୦ଟି ଅଚଳ ବୋଲି ଖୋଦ୍ ହସ୍ପିଟାଲର କେତେକ କର୍ମଚାରୀ କହିଛନ୍ତି। ଏହାବ୍ୟତୀତ ଅଧିକାଂଶ ଅଗ୍ନିନିର୍ବାପକ କୋଣରେ ପଡ଼ି ପଡ଼ି ଖତ ଖାଉଛି। ରକ୍ଷଣାବେକ୍ଷଣ ଓ ନିୟମିତ ଯାଞ୍ଚର ନିର୍ଦ୍ଦେଶ ଥିଲେମଧ୍ୟ ତାହା କରାଯାଉନାହିଁ। ଏପରିକି ଦେଖିବାକୁ ମଧ୍ୟ କେହି ନାହାନ୍ତି।

ଆଜି ରାଜଧାନୀର ଆପୋଲେ ହସ୍ପିଟାଲରେ ଅଘଟଣ ଘଟିଲା। ସମସ୍ତ ବ୍ୟବସ୍ଥା ସତ୍ତ୍ବେ ନିଆଁକୁ ନିୟନ୍ତ୍ରଣକରିବା କାଠିକର ବ୍ୟାପାର ହେଲା। ହେଲେ ପୁରୀ ଜିଲ୍ଲା ହସ୍ପିଟାଲରେ ଅଗ୍ନି ନିୟନ୍ତ୍ରଣ ପାଇଁ କୌଣସି ବ୍ୟବସ୍ଥା ନାହିଁ। ସବୁ ଚାଲିଛି ଉପରଠାଉରିଆ। ଏହାକୁ ନେଇ ରୋଗୀ ଓ ଆଟେଣ୍ଡାଣ୍ଟ ମାନେ ଭୟଭୀତ ହୋଇପଡ଼ିଛନ୍ତି।

By amfnews

Related Post