Sat. Nov 23rd, 2024

ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ସ୍ୱେଚ୍ଛାଗ୍ରାହୀ ତାଲିମ୍ ଶିବିର ଅନୁଷ୍ଠିତ

By amfnews Nov 1, 2018 #Featured
104 Views

ରାଉରକେଲା, ୩୧ା୧୦  : ଜିଲା ଜଳ ଓ ପରିମଳ ମିଶନ ରାଉରକେଲା ପକ୍ଷରୁ ଜିଲାସ୍ତରୀୟ ସ୍ୱେଚ୍ଛାଗ୍ରାହୀ ତାଲିମ୍ ଶିବିର ସ୍ଥାନୀୟ ଭଞ୍ଜଭବନ ପ୍ରେକ୍ଷାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ରାଉରକେଲା ଅତିରିକ୍ତ ଜିଲାପାଳ ମୋନୀଷା ବାନାର୍ଜୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଆନୁଷ୍ଠାନିକ ଭାବେ ଶିବିରର ଉଦ୍ଘାଟନ କରିଥିଲେ । ସେ ତାଙ୍କ ବକ୍ତବ୍ୟରେ ସ୍ୱଚ୍ଛ ଭାରତ ଗଠନର ସ୍ୱପ୍ନକୁ ସାକାର କରିବା ନିମନ୍ତେ ଯେଉଁମାନେ ସ୍ୱେଚ୍ଛାଗ୍ରାହୀ ଭାବେ ସାମିଲ୍ ହୋଇଛନ୍ତି ସେମାନଙ୍କୁ ଧନ୍ୟବାଦ ଦେବା ସହ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ନିଷ୍ଠାର ସହ କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦେଇଥିଲେ ।

ଯାହାଦ୍ୱାରା ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ଜନସାଧାରଣଙ୍କ ନିକଟରେ ପହଞ୍ôଚବା ସହ ଏକ ସ୍ୱଚ୍ଛ ଜିଲା, ରାଜ୍ୟ ଓ ଦେଶ ଗଠନରେ ସହାୟକ ହୋଇପାରିବ । ସେ ଏହି ଅବସରରେ କୁଆଁରମୁଣ୍ଡା ବ୍ଲକ୍ର ସ୍ୱେଚ୍ଛାଗ୍ରାହୀମାନଙ୍କୁ ସେମାନଙ୍କ କାର୍ଯ୍ୟ ନିଷ୍ଠା ପାଇଁ ସାଧୁବାଦ ଜଣାଇଥିଲେ । ମିଶନର ଜିଲା ସଂଯୋଜକ ସୁଶାନ୍ତ କୁମାର ବେସନ ସ୍ୱାଗତ ଭାଷଣ ପ୍ରଦାନ କରି ତାଲିମ୍ ଶିବିରର ଉପଯୋଗିତା ଉପରେ ଆଲୋକପାତ କରିଥିଲେ । ଗୋଷ୍ଠୀ ପରିଚାଳିତ ସମ୍ପୂର୍ଣ୍ଣ ପରିମଳ ଯେପରି ସଫଳ ହୋଇପାରିବ ସେଥିପାଇଁ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

ରାଉରକେଲା ଅନ୍ତର୍ଗତ ୮ଟି ବ୍ଲକ୍ର ୧୩୦ଟି ପଞ୍ଚାୟତରେ କାର୍ଯ୍ୟ କରୁଥିବା ୪୬୭ ଜଣ ସ୍ୱେଚ୍ଛାଗ୍ରାହୀ ଶିବିରରେ ଅଂଶଗ୍ରହଣ କରିଥିଲେ । ଶିବିରରେ ଅନ୍ୟତମ ଅତିଥି ଭାବେ ରାଉରକେଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ବଣାଇଗଡ ବ୍ଲକ୍ ଉନ୍ନୟନ ଅଧିକାରୀ, ମାଷ୍ଟର ଟ୍ରେନର ବାଳମୁକୁନ୍ଦ ଶୁକ୍ଳା, ଡିଏଲ୍ସି ଅନୀଲ ପଟେଲ ପ୍ରମୁଖ ମଞ୍ଚାସୀନ ଥିଲେ ।

ଏହି ଅବସରରେ ବ୍ଲକ୍ ସ୍ତରରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ଦୁର୍ଗାପୂଜା କମିଟିକୁ ମିଶନ ମିଶନ ତରଫରୁ ସ୍ୱଚ୍ଛତା ନିମନ୍ତେ ପୁରସ୍କୃତ କରାଯାଇଥିଲା । ପ୍ରଥମ ଭାବେ କୁଆଁରମୁଣ୍ଡା ପୂଜା କମିଟି, ଦ୍ୱିତୀୟରେ ସରଙ୍ଗାବାହାଲ ପୂଜା କମିଟି ତଥା ତୃତୀୟରେ ହାତୀବାରି ପୂଜା କମିଟିକୁ ମାନପତ୍ର ଓ ଟ୍ରଫି ସହ ପୁରସ୍କୃତ କରାଯାଇଥିଲା ।

By amfnews

Related Post