Tue. Dec 24th, 2024

ଜିଲା କଂଗ୍ରେସ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

rklsanchar@gmail.com' By J.N. Pradhan Jul 24, 2018 #Featured
206 Views

ରାଉରକେଲା, ୨୪/୭ : ଜିଲା କଂଗ୍ରେସ ସଭାପତି ରବି ରାୟଙ୍କ ନେତୃତ୍ୱରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଅତିରିକ୍ତ ଜିଲାପାଳଙ୍କ ଜରିଆରେ ସହରବାସୀଙ୍କ ପ୍ରମୁଖ ସମସ୍ୟା ସମ୍ପର୍କରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଅତିରିକ୍ତ ଜିଲାପାଳଙ୍କୁ ରଥଯାତ୍ରା ଶାନ୍ତିଶୃଙ୍ଖଳାରେ ସମ୍ପନ୍ନ ହୋଇଥିବାରୁ କଂଗ୍ରେସ ପକ୍ଷରୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା । ପରେ ରାଉରକେଲା ତଥା ସୁନ୍ଦରଗଡ ଜିଲାର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ ସେତୁର ଜରାଜୀର୍ଣ୍ଣ ଅବସ୍ଥାକୁ ନେଇ ଆଉ ଏକ ନୂତନ ସେତୁ ନିର୍ମାଣ ପାଇଁ ଜିଲାବାସୀଙ୍କଙ୍କ ପକ୍ଷରୁ ବାରମ୍ବାର ଦାବି ହୋଇଆସୁଛି ।

ରାଉରକେଲାରେ ପ୍ରଧାନମନ୍ତ୍ରୀ ସେତୁ ନିର୍ମାଣ ପାଇଁ ଏକ ଜନସଭାରେ ଘୋଷଣା କରିଥିଲେ । ଏହାପରେ ମଧ୍ୟ କାର୍ଯ୍ୟରେ ବିଳମ୍ବ ହୋଇଥିଲା ।ଗତବର୍ଷ ଜୁଲାଇ ମାସରେ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନିତିନ ଗଡକରୀ ରାଉରକେଲାର ବାଲୁଘାଟ ଠାରେ ଅନୁଷ୍ଠିତ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରି କହିଥିଲେ ଯେ, ସେତୁ କାର୍ଯ୍ୟ ୧୫ ଦିନ ମଧ୍ୟରେ ଆରମ୍ଭ ହେବ । କିନ୍ତୁ ୧୫ ଦିନର ପ୍ରତିଶ୍ରୁତି ଏବେ ୩୬୫ ଦିନ ଅତିକ୍ରମ କରିସାରିଛି । ହେଲେ ସେତୁ କାର୍ଯ୍ୟ ଆରମ୍ଭ ହୋଇପାରି ନାହିଁ ।

ବିଜେପି ଦଳ ଓ ଏଠାରୁ ପ୍ରତିନିଧିତ୍ୱ କରୁଥିବା ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କେବଳ ମିଥ୍ୟା ବିବୃତି ଦେଇ ଜିଲାବାସୀଙ୍କୁ ଠକିବାରେ ଲାଗିଛନ୍ତି । ଅପରପକ୍ଷରେ ସେତୁର ଉଭୟ ପାଶ୍ୱର୍ରେ ଜମି ଅଧିଗ୍ରହଣ ପ୍ରକ୍ରିୟା ସ୍ୱାଭାବିକ ଭାବେ ହୋଇପାରୁ ନାହିଁ । ଯଦି ଏଭଳି ଅବସ୍ଥା ଲାଗିରୁହେ ତେବେ ଏହି ସେତୁ ନିର୍ମାଣର ବାସ୍ତବତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବା ସ୍ୱାଭାବିକ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହି ପ୍ରକଳ୍ପକୁ ଆଗେଇ ନେବାକୁ ଜିଲା କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । ଜିଲା କଂଗ୍ରେସ ଏହି ସେତୁ ନିର୍ମାଣ ଦାବିରେ ଆନ୍ଦୋଳନ କରିଛି ଓ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଦଳ ପକ୍ଷରୁ କୁହାଯାଇଛି ।

ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ସବୀର ହୁସେନ, ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର, ଦୀନବନ୍ଧୁ ଭୋଳ, ଜେ.ଏନ୍. କୁମାର, ୱରିୟମ ସିଂ, ମହିଳା ସଭାନେତ୍ରୀ ପ୍ରଭାତୀ ମିଶ୍ର, ନିରୂପମା ବଳିୟାରସିଂ, ସ୍ୱର୍ଣ୍ଣଲତା ବେଉରା, ଧୁସା ନାୟକ, ସର୍ବେଶ ସିଂ, ମାନୁ ସାମଲ, ବନମାଳୀ ବିଶୋୟୀ, ବିଜୁ ପୁରୋହିତ, ମଝିଆ ପ୍ରଧାନ, ଆପୁ ନାୟକ, କୀର୍ତ୍ତନ ଦାସ, ଇଜାଜ ଅକତର, ଭାସ୍କର ଖିଲାର, ସରୋଜ ଲେଙ୍କା, ବଣ୍ଟି ଖାନ, ଏମ୍ଡି ସଇଦ, ସାବିର ରାଜା, ଆୟୁବ ଖାନ, ରମେଶ ଗୁପ୍ତା, ଶିବୁ ସାହୁ, ଶିବୁ ଓରାମ, ଶାନ୍ତନୁ ସେଠୀ, ଧର୍ମେନ୍ଦ୍ର ପରମାର, ଆର୍.ଏନ୍. ସିଂ, ଯୁବ କଂଗ୍ରେସର ପ୍ରବୋଧ ଦାସ, ପ୍ରଦୀପ ବେହେରା, ପ୍ରସନ୍ନ ବଳିୟାରସିଂ, ସନ୍ଦୀପନ ମହାପାତ୍ର, ଦିନେଶ ବେହେରା, ଗୌତମ ଲେଙ୍କା, ଅମିତ ସିଂ, ବବଲୁ ସିଂ, ଛାତ୍ରନେତା ହିତେଶ ଦେହୁରୀ, ଶିବୁ ଦୀପ, ଅବିନାଶ ଖାଖା, ସୌମ୍ୟ ନାୟକ, ଆଶିଷ ଲାକ୍ରା, ସୁମିତ କଂସାରୀ, ବିଷ୍ଣୁ ନାଗ, ନିହାର ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।

Related Post