ରାଉରକେଲା, ୪/୭: ଆଜି ଅପରାହ୍ନ ସାଢେ ୩ଟା ବେଳେ ରାଉରକେଲା ଜିଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଜିଲା କଂଗ୍ରେସ ପକ୍ଷରୁ ୨ୟ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ମିଶ୍ରଣ ପର୍ବରେ କିଛି ନେତା କଂଗ୍ରେସରେ ଯୋଗଦାନ କରିଛନ୍ତି । ଉକ୍ତ ସଭାରେ ରାଉରକେଲା ଜିଲା କଂଗ୍ରେସ ସଭାପତି ରବି ରାୟ, କାର୍ଯ୍ୟକାରୀ ସଭାପତି ସବୀର ହୁସେନ ତଥା ଅନ୍ୟାନ୍ୟ କଂଗ୍ରେସ ନେତାଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ପାଳନ କରାଯାଇଥିଲା ।
ଏଥିରେ ଡେଭିଡ ରାଓ, ଯିଏ କଂଗ୍ରେସରୁ କିଛି ନେତାଙ୍କ ଚାପରେ ଦଳ ଛାଡି ବିଜେଡିରେ ଯୋଗ ଦେଇଥିଲେ । କିନ୍ତୁ ସେ ସବୁ ସମୟରେ କଂଗ୍ରେସର ଗୁଣଗାନ କରିବା ସହ କଂଗ୍ରେସକୁ ସାହାଯ୍ୟ କରିଆସୁଥିଲେ । ପୁନଶ୍ଚ ଆଜି ସେ କଂଗ୍ରେସକୁ ଫେରି ଆସିଛନ୍ତି । ଏହାବ୍ୟତୀତ ସତ୍ୟନାରାୟଣ ସ୍ୱାଇଁ, ବିନୋଦ ଚନ୍ଦ୍ର ବିଭାର, ଯିଏ କୌଣସି ଦଳରେ ନଥିଲେ କିନ୍ତୁ କଂଗ୍ରେସର ଆଦର୍ଶରେ ଅନୁପ୍ରାଣୀତ ହୋଇ କଂଗ୍ରେସରେ ଯୋଗ ଦେଇଛନ୍ତି ।
ଏହି ନେତାଙ୍କୁ ପୁଷ୍ପମାଲ୍ୟ ପ୍ରଦାନ ସହ ମିଷ୍ଟାନ ବଣ୍ଟନ କରାଯାଇଥିଲା । ସଭାରେ ଜ୍ଞାନେନ୍ଦ୍ର ତନ୍ତୀ, ରବି ଶିଖା, ଭାସ୍କର ଖିଲାର, ଧୁସା ନାୟକ, ବାସୁ ବାନାର୍ଜୀ, ଗୌତମ ଲେଙ୍କା, ଅନୀଲ କୁମାର, ଦିନେଶ ବେହେରା, ପ୍ରଦୀପ ବେହେରା ପ୍ରମୁଖ ଉପସ୍ଥିତ ଥିବାବେଳେ ସନ୍ଦୀପନ ମହାପାତ୍ର ଧନ୍ୟବାଦ ଦେଇଥିଲେ ।