ରାଉରକେଲା, ୨୪ା୧୨ : ସେକ୍ଟର-୧୯ କମ୍ୟୁନିଟି ସେଣ୍ଟର ଠାରେ ବିଜେପି ଜିଲା ଅନୁସୂଚିତ ଜାତିମୋର୍ଚ୍ଚାର କାର୍ଯ୍ୟକାରିଣୀ ବୈଠକ ମୋର୍ଚ୍ଚା ସଭାପତି ଭ୍ରମରବର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୋର୍ଚ୍ଚାର ଜିଲାସ୍ତରୀୟ କାର୍ଯ୍ୟକର୍ତ୍ତା, ଜିଲା କାର୍ଯ୍ୟକାରିଣୀ ସଦସ୍ୟ, ଅନୁସୂଚିତ ଜାତି ମୋର୍ଚ୍ଚାର ମଣ୍ଡଳ ସଭାପତି ବୃନ୍ଦ, ସାଧାରଣ ସମ୍ପାଦକ ବୃନ୍ଦ, ଅନୁସୂଚିତ ଜାତିକୁ ପ୍ରତିନିଧିତ୍ୱ କରୁଥିବା ପ୍ରତିନିଧି ବୃନ୍ଦ ଉପସ୍ଥିତ ଥିଲେ । ବିଜେପି ପାନପୋଷ ସାଙ୍ଗଠନିକ ଜିଲା ସଭାପତି ଜଗବନ୍ଧୁ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୈଠକର ଶୁଭାରମ୍ଭ କରିବା ସହ ସଙ୍ଗଠନକୁ ତୃଣମୂଳ ସ୍ତରରେ ମଜବୁତ କରିବା ପାଇଁ ଆହ୍ୱାନ ଦେଇଥିଲେ ।
ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିହାର ରାୟ, ରାଉରକେଲା ନିର୍ବାଚନ ମଣ୍ଡଳୀ ପ୍ରଭାରୀ ତପନ କୁମାର ସ୍ୱାଇଁ ବିଜେପି ଜିଲା ସାଧାରଣ ସମ୍ପାଦକ ରାଇସନ ତିର୍କୀ ଓ ଅମରେନ୍ଦ୍ର ଶର୍ମା, ଜିଲା ମୁଖପାତ୍ର ଗଙ୍ଗାଧର ଦାଶ ପ୍ରମୁଖ ସଙ୍ଗଠନକୁ ସକ୍ରିୟ ଓ ଶକ୍ତିଶାଳୀ କରିବା ପାଇଁ ଆହ୍ୱାନ ଦେବା ସହ କେନ୍ଦ୍ର ସରକାରଙ୍କ ବିବିଧ ଜନହିତକର ଯୋଜନାକୁ ଘର ଘର ବୁଲି ଲୋକଙ୍କ ନିକଟରେ ପହଞ୍ଚାିବା ପାଇଁ ପରାମର୍ଶ ଦେଇଥିଲେ । ନାରୀମାନଙ୍କୁ ସଶକ୍ତ କରିବା ପାଇଁ କେନ୍ଦ୍ର ସରକାର ଯେଉଁ ଯୋଜନା କରିଛନ୍ତି ତା ଉପରେ ଅଲୋକପାତ କରିଥିଲେ ।
ଅନୁସୂଚିତ ଜାତି ମୋର୍ଚ୍ଚା ସାଧାରଣ ସମ୍ପାଦକ ବନ୍ଧୁଆ ବେହେରା ପରିଚାଳନା ବୈଠକ କରିଥିବା ବେଳେ ଜିଲା ମୋର୍ଚ୍ଚା ସଭାପତି ବୈଠକର ତାତ୍ପର୍ଯ୍ୟ ଓ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ।
କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ମୋର୍ଚ୍ଚା ଉପସଭାପତି ଭଜମନ ବେହେରା, ସୂର୍ଯ୍ୟକାନ୍ତ ସାହୁ, ଶ୍ରୀକାନ୍ତ ମହାନନ୍ଦିଆ, ଛାୟାକାନ୍ତ ମାଝି, ସୁଧା ଜ୍ୟୋତି ପରିଚ୍ଛା, ମୋର୍ଚ୍ଚା ସାଧାରଣ ସମ୍ପାଦିକା, ଜିଲା ମୋର୍ଚ୍ଚା ସାଧାରଣ ସମ୍ପାଦକ ସୁଧାକର ସାହୁ, ରବୀନ୍ଦ୍ରନାଥ ବେହେରା, ଧନେଶ୍ୱର ତରାଇ, ବିନୋଦ କୁମାର ସେଠୀ, ଜିଲା କୋଷାଧ୍ୟକ୍ଷ ପବିତ୍ର ମୋହନ ବେହେରା, ମୋର୍ଚ୍ଚାର ବିଭିନ୍ନ ମଣ୍ଡଳ ସଭାପତି ବ୍ରଜକିଶୋର ନାୟକ, ଗୁଡୁ ବାଗ, ଲୋକନାଥ ସୁରୁଜାଲ, ଚୂଡାମଣି ତନ୍ତୀ, ସୁବାଶିଷ ମୁଖୀ, ଜି.କେ. ରଜକ, ମୋର୍ଚ୍ଚା ଜିଲା କାର୍ଯ୍ୟକାରିଣୀ ସଦସ୍ୟ ଧିରେନ୍ଦ୍ରନାଥ ଦଳାଇ, ଲିଙ୍ଗରାଜ କୁମ୍ଭାର, ଉର୍ମିଳା ଦଳାଇ, ଜୟକୃଷ୍ଣ ବେହେରା, ପ୍ରଶାନ୍ତ ସାହୁ, ବୈରାଗୀ ବେହେରା, ସନ୍ତୋଷ ମହାନନ୍ଦିଆ, ବନମାଳୀ ପାତ୍ର, ରାଜା ଚୌଧୁରୀ, ପ୍ରଶାନ୍ତ କୁମାର ସାହୁଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ ।