193 Views
ନୂଆଦିଲ୍ଲୀ, ଜାନୁଆରୀ ୦୧ : ସରକାର ନୂତନ ବର୍ଷ ଉପଲକ୍ଷେ ଜନତାଙ୍କୁ ଉପହାର ଦେଇଛନ୍ତି । ଆଜି ଠାରୁ ୨୩ଟି ବସ୍ତୁରେ ଜିଏସଟି ଦର କମ୍ କରାଯାଇଛି । କମ୍ କରାଯାଇଥିବା ବସ୍ତୁ ତାଲିକାରେ ସିନେମା ଟିକେଟ୍, ଟେଲିଭିଜନ ଏବଂ ସ୍କ୍ରିନ ମନିଟର, ପାୱାର ବ୍ୟାଙ୍କ, ଛଡ, ମାର୍ବଲ, ନାଚୁରାଲ କର୍କ, ପ୍ଲାଇ ଇଟା ଆଦି ବସ୍ତୁ ସାମିଲ ରହିଛି । ଆଜି ଠାରୁ ଲୋକଙ୍କୁ ଜିଏସଟିରୁ ମୁକ୍ତି ମିଳିବ ।
ସୂଚନାଯୋଗ୍ୟ, ଡିସେମ୍ବର ୨୨ରେ ଜିଏସଟି କାଉନସିଲ ଏହି ନିଷ୍ପତି ନେଇଥିଲା । ଏହି ନିଷ୍ପତିରେ କେବଳ ବିଳାସ ବ୍ୟସନ ବସ୍ତୁକୁ ୨୮ ପ୍ରତିଶତ ସ୍ଲାବରେ ରଖାଯିବ ବୋଲି କୁହା ଯାଇଥିଲା । ୨୮ପ୍ରତିଶତ ସ୍ଲାବରେ ଥିବା ବସ୍ତୁ ଗୁଡିକ ହେଉଛି ଏୟାର କଣ୍ଡିଶନର, ଡିଶୱାସର, ସିମେଂଟ, ଏବଂ ଗୁଟଖା ଜାତୀୟ ହାନିକାରକ ଦ୍ରବ୍ୟ । ଏତଦ୍ ବ୍ୟତୀତ ଗିୟର ବକ୍ସ, ପୁରୁଣା ଟାୟାର, ଡିଜିଟାଲ କ୍ୟାମେରା, ଭିଡିଓ କ୍ୟାମେରା ଆଦିକୁ ୨୮ ପ୍ରତିଶତ ସ୍ଲାବରୁ ବାହାର କରାଯାଇ ୧୮ପ୍ରତିଶତ ସ୍ଲାବରେ ରଖା ଯାଇଛି । ଦିବ୍ୟାଙ୍ଗଙ୍କ ସହ ଜଡିତ ବସ୍ତୁ ଗୁଡିକୁ ୫ପ୍ରତିଶତ ସ୍ଲାବରେ ରଖାଯାଇଛି ।
କେବଳ ସେତିକି ନୁହେଁ ଜନଧନ ଖାତାଧାରୀଙ୍କୁ ଜିଏସଟିରୁ ବାହାର କରାଯାଇଛି । ସରକାରଙ୍କ ଦ୍ୱାରା ଦ୍ୱିପାକ୍ଷିକ ବ୍ୟବସ୍ଥା ଆଧାରରେ ବିମାନରେ ତୀର୍ଥଯାତ୍ରା କରୁଥିବା ଯାତ୍ରୀଙ୍କୁ ୫ପ୍ରତିଶତ ଜିଏସଟି ଦେବାକୁ ପଡିବ ।