249 Views
ଅମୃତସର : ପଞ୍ଜାବର ଅମୃତସରର ଜାଲିଆନାୱାଲାବାଗରେ ହୋଇଥିବା ଗଣ ନରସଂହାର ଘଟଣାକୁ ଆଜି ୧୦୦ ବର୍ଷ ପୂରଣ ହୋଇଛି । ଏହି ସମୟରେ ସେଠାରେ ଏକ ଖାସ୍ କାର୍ଯ୍ୟକ୍ରମର ଆୟୋଜନ ହୋଇଛି , ଯେଉଁଥିରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଏବଂ ପଞ୍ଜାବ ରାଜ୍ୟପାଳ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ଅପରପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ ଜରିଆରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ ଟୁଇଟ୍ କରି ଲେଖିଛନ୍ତି ଯେ ଜାଲିଆନାଓ୍ଵାଲାବାଗରେ ସହିଦମାନଙ୍କ ତ୍ୟାଗ ଓ ବଳିଦାନକୁ କେବେ ବି ଦେଶବାସୀ ଭୁଲି ପାରିବେ ନାହିଁ।’