Sat. Mar 7th, 2026

ଜାଲରେ ପଡ଼ିଲା ୨ କୁଇଣ୍ଟାଲ୍ ଓଜନ ସାଙ୍କୁଚ ମାଛ

251 Views

ନିଆଳି : କଟକ ଜିଲ୍ଲା ନିଆଳିରୁ ପ୍ରାୟ ୨ କୁଇଣ୍ଟାଲ୍ ଓଜନର ସାଙ୍କୁଚ ମାଛ ଉଦ୍ଧାର କରାଯାଇଛି।  ନିଆଳି ବିଳାଶୁଣି କନ୍ଦଳ ନଦୀର ବାଲିକୁଦ ଘାଟରେ କିଛି ବ୍ୟକ୍ତି ଆଜି ସକାଳେ ମାଛ ଧରୁଥିବାବେଳେ ଜାଲରେ ଲାଗିଥିଲା ଏହି ବଡ ସାଙ୍କୁଚ ମାଛ ।  ମତ୍ସ୍ୟଜୀବୀଙ୍କ ଜାଲରେ ଏତେ ବଡ ସାଙ୍କୁଚ ଧରାପଡିବା ବିରଳ ବୋଲି କୁହାଯାଉଛି । ଏହାକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଛି।

ସାଙ୍କୁଚକୁ ଉଦ୍ଧାର କରି ଜଙ୍ଗଲ ବିଭାଗକୁ ଖବର ଦିଆଯାଇଛି।  ଜଙ୍ଗଲ ବିଭାଗ କର୍ମଚାରୀ ପହଞ୍ଚିବା ପରେ ମାଛଟିକୁ ପାଣିରେ ଛଡ଼ାଯିବ ନା ଅନ୍ୟ କିଛି ବ୍ୟବସ୍ଥା କରାଯିବ ସେ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଜଣାଯାଇଛି।

By amfnews

Related Post