Fri. Jan 24th, 2025

ଜାମିନ ନାମଞ୍ଜୁର ହେବା ପରେ ଜେଲ ଗଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ

By amfnews Dec 4, 2020 #Featured
227 Views

ଭୁବନେଶ୍ୱର, ଡିସେମ୍ବର ୦୪ : ଗୋପାଳପୁର ବିଧାୟକ ତଥା ବିଜୁ ଜନତା ଦଳରୁ ବହିଷ୍କୃତ ପ୍ରଦୀପ ପାଣିଗ୍ରାହୀ ଜେଲ ଯାଇଛନ୍ତି । ଜେଲ ଯିବା ପୂର୍ବରୁ ପ୍ରଦୀପଙ୍କୁ ଗୁରୁବାର ରାତିରେ ଏସଡିଜେଏମ କୋର୍ଟରେ ହାଜର କରାଯାଇଥିଲା । କିନ୍ତୁ ଏଠାରେ ପ୍ରଦୀପଙ୍କ ଜାମିନ ନାମଞ୍ଜୁୁର ହେବାରୁ ତାଙ୍କୁ ୧୪ ଦିନ ଲାଗି ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ପ୍ରଦୀପ ପାଣିଗ୍ରାହୀ ଗୁରୁବାର ବିଳମ୍ବିତ ରାତି ପରଠାରୁ ଝାରପଡ଼ା ଜେଲରେ ଅଛନ୍ତି । 

ସୂଚନାଯୋଗ୍ୟ, ଗୁରୁବାର ସନ୍ଧ୍ୟାରେ କ୍ରାଇମବ୍ରାଂଚର ଏକ ଟିମ ଅତର୍କିତ ଭାବେ ପ୍ରଦୀପ ପାଣିଗ୍ରାହୀଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ ପହଂଚିଥିଲେ । ଘଟଣା ସଂପର୍କରେ କିଛି ନଜଣାଇ କ୍ରାଇମବ୍ରାଂଚ ପ୍ରଦୀପଙ୍କୁ ଉଠାଇ ନେଇଥିଲା । କିନ୍ତୁ ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀଙ୍କୁ ମଧ୍ୟ ଘଟଣା ସଂପର୍କରେ କୁହାଯାଇ ନଥିଲା । ସୁଜାତା ଗଣମାଧ୍ୟମକୁ ପ୍ରଦୀପଙ୍କୁ ଉଠାଇ ନେବା ନେଇ କହିବା ପରେ କ୍ରାଇମବ୍ରାଂଚ ଟୁଇଟ ଯୋଗେ ସୂଚନା ଦେଲା ଯେ, ସେମାନେ ପ୍ରଦୀପଙ୍କୁ ପଚରାଉଚରା କରୁଛନ୍ତି । ପରେ କ୍ରାଇମବ୍ରାଞ୍ଚ କହିଥିଲା ଯେ, ଜାଲିଆତି, ଠକେଇ ଓ ଅପରାଧିକ ଷଡ଼ଯନ୍ତ୍ର ମାମଲାରେ ପ୍ରଦୀପଙ୍କୁ ଗିରଫ କରାଯାଇଛି । ପ୍ରଦୀପଙ୍କ ନାଁରେ ଭାରତୀୟ ଦଣ୍ଡ ସଂହିତାର ଧାରା ୪୧୯, ୪୨୦, ୪୬୭, ୬୬୮, ୪୭୧ ଓ ୧୨୦ (ଖ) ଲାଗିଛି । 

କ୍ରାଇମବ୍ରାଂଚ ତରଫରୁ କୁହାଯାଇଛି ଯେ, ଭାବୀ ଜ୍ୱାଇଁ ଆକାଶ ପାଠକ ଟାଟା କଂପାନୀରେ ଚାକିରି କରାଇ ଦେବା ନାଁରେ ଲୋକଙ୍କ ଠାରୁ ଟଙ୍କା ନେଇଥିଲେ । ଏଥିରେ ପ୍ରଦୀପ ପାଣିଗ୍ରାହୀଙ୍କର ମଧ୍ୟ ସଂପୃକ୍ତି ଥିବାରୁ ପ୍ରଦୀପଙ୍କୁ ଗିରଫ କରାଯାଇଛି । ଅନ୍ୟପଟରେ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି, ସେ ଯାହା ଆଶା କରୁଥିଲେ, ତାହା ହିଁ ହେଲା ।  

By amfnews

Related Post