Wed. Dec 25th, 2024

ଜାପାନରେ ମୋଦୀ, ଶିଞ୍ଜୋ ଆବେଙ୍କ ସହ ହିନ୍ଦ ପ୍ରଶାନ୍ତ କ୍ଷେତ୍ର ବିଷୟରେ ହେବ ଚର୍ଚ୍ଚା

By amfnews Oct 28, 2018 #Featured
New Delhi: Prime Minister Narendra Modi shakes hands with his Japanese counterpart Shinzo Abe during an agreements signing ceremony in Tokyo on Friday. PTI Photo by Shirish Shete (PTI11_11_2016_000201B)
143 Views

ନୂଆଦିଲ୍ଲୀ, ଅକ୍ଟୋବର ୨୮  : ବୁହାନ ବୈଠକରୁ ପ୍ରେରଣା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜାପାନର ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ ବାର୍ତାଳାପ ପାଇଁ ପ୍ରସ୍ତୁତ ହେଉଛନ୍ତି । ମୋଦୀ ଜାପାନରେ ପହଁଚି ସାରିଛନ୍ତି । ସେ ଶିଞ୍ଜୋଙ୍କ ସହ ୟାମାନଶୀ ସ୍ଥିତ ତାଙ୍କର ଲେକ ହାଉସରେ ଆଜିର ଦିନ ଅତିବାହିତ କରିବେ । ଦୁଇ ଦେଶର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ହିନ୍ଦ ପ୍ରଶାନ୍ତ କ୍ଷେତ୍ର ଚୁକ୍ତିରେ ବାର୍ତାଳାପ ହେବ । ହିନ୍ଦ ପ୍ରଶାନ୍ତ କ୍ଷେତ୍ରରେ ପ୍ରସ୍ତୁତ ହେବାକୁ ଥିବା ଚୁକ୍ତିରେ ଭାରତ, ଜାପାନ, ଆମେରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟ ସାମିଲ ଅଛନ୍ତି । ଚୀନ ଉପରେ ଦୃଷ୍ଟି ରକିବା ପାଇଁ ଏହି ସମୀକରଣ ପ୍ରସ୍ତୁତ ହେଉଛି ବୋଲି ସୂଚନା ମିଳିଛି । ତେବେ ଆବେଙ୍କ ସହ ମୋଦୀଙ୍କର ଏହା ୧୩ତମ ସାକ୍ଷାତକାର ।

ସୂଚନାନୁଯାୟୀ, ମୋଦୀଙ୍କର ଏହି ଗସ୍ତରେ ଦୁଇ ନେତା ମଧ୍ୟ ଅନ୍ୟ କିଛି ଚୁକ୍ତି ବିଷୟରେ ବାର୍ତାଳାପ କରିବେ । ତେବେ ଆଜି ହେବାକୁ ଚୁକ୍ତିକୁ ଯାତ୍ରାର ମୁଖ୍ୟ ବିଷୟବସ୍ତୁ ବୋଲି କୁହା ଯାଉଛି । ହିନ୍ଦ ପ୍ରଶାନ୍ତ କ୍ଷେତ୍ର ଆଫ୍ରିକାର ପୂର୍ବ ତଟରୁ ନେଇ ପ୍ରଶାନ୍ତ ପର୍ଯ୍ୟନ୍ତ ବ୍ୟାପ୍ତ ହୋଇଛି । ଭାରତ ଏବଂ ଜାପାନ ମିଶି ହିନ୍ଦ ପ୍ରଶାନ୍ତ ନିହିତ ଅନ୍ୟ ଦେଶଙ୍କ ହିତ ପାଇଁ କାମ କରିବେ ବୋଲି ଆଜି ଘୋଷଣା କରି ପାରନ୍ତି । ସେହି ସମୟରେ ବାଙ୍ଗଲାଦେଶରେ ଭାରତ ସଡକ ଏବଂ ପୋଲ ନିର୍ମାଣ କରୁଛି । ଏହାକୁ ଭାରତ ଏବଂ ଜାପାନର ସଂଯୁକ୍ତ ପରିଯୋଜନାର ନାମ ଦିଆ ଯାଉଛି । ଶ୍ରୀଲଙ୍କାରେ ଏଲଏନଜି ଟର୍ମିନାଲ ଏବଂ ଉତରରେ ବନ୍ଦରଗାହ ବିକାସ କାର୍ଯ୍ୟ ମଧ୍ୟ ଏହି ଦୁଇ ଦେଶ ତରଫରୁ କରାଯିବ ।

ତେବେ ସୁରକ୍ଷା ଏବଂ ବାଣିଜ୍ୟ, ଆର୍ଟିଫିସିୟାଲ ଇଂଟେଲିଜେନ୍ସ, ୟୁଏବି ଏବଂ ରୋବୋଟିକ୍ସ ବିକାଶ ବିଷୟରେ ମଧ୍ୟ ଚର୍ଚ୍ଚା ହୋଇପାରେ ବୋଲି ସୂଚନା ମିଳିଛି । ଏହି ସାକ୍ଷାତକାର ଦ୍ୱାରା ଦ୍ୱିପାକ୍ଷିକ ସମ୍ବନ୍ଧ ମଜବୁତ ହେବ । ସେଠାରେ ପହଂଚିବା ପରେ ମୋଦୀ ଟ୍ୱିଟ୍ କରିଥିଲେ ଯେ, ସେ ଟୋକିୟୋରେ ପହଁଚି ସାରିଛନ୍ତି । ଭାରତ ପାଇଁ ଏହା ଏକ ନୂଆ ଅଧ୍ୟାୟ ଯୋଡିବ ବୋଲି ତାଙ୍କର ଆଶା ରହିଛି ।

By amfnews

Related Post