Thu. Jan 9th, 2025

ଜାନୁଆରୀ ୨୧ରେ ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ: ଦେଖାଯିବ ବ୍ଲଡ଼ମୁନ , ଭାରତରେ ପ୍ରଭାବ ଶୂନ୍ୟ

By amfnews Jan 4, 2019 #Featured
173 Views

ଆମେରିକା,: ନୂଆ ବର୍ଷରେ ପ୍ରଥମ ଚନ୍ଦ୍ରଗ୍ରହଣ ଜାନୁଆରୀ ୨୧ରେ ହେବ । ଏହି ଚନ୍ଦ୍ର ଗ୍ରହଣରେ ସୁପର ମୁନ ଦେଯାଯିବା ନାଶା ପକ୍ଷରୁ କୁହାଯାଉଛି । ୨୦ ,୨୧ ରେ ଲାଗିବାକୁ ଥିବା ଗ୍ରହଣ ତିନୋଟି ସୋପାନରେ ହେବ । ଏହି ସମୟରେ ସମ୍ପୂର୍ଣ୍ଣ ଆକାଶ ଲାଲ ରଙ୍ଗରେ ଚମକି ଉଠିବ । ଚନ୍ଦ୍ରମା ଉପରେ ଲାଗୁଥିବା ଏହି ପୂରା ପ୍ରକ୍ରିୟାକୁ ନାଶା ପକ୍ଷରୁ ସବୁଠାରୁ ଚମକଦାର ଶୋ ବୋଲି କୁହାଯାଇଛି । ଏହି ସମୟରେ ଚନ୍ଦ୍ର ଓ ପୃଥିବୀ ନିକଟରେ ରହିବାରୁ ଏହାକୁ ସୁପରମୁନ କୁହାଯାଇଛି । ଏହି ଗ୍ରହଣ ମଧ୍ୟ ପ୍ରଶାନ୍ତ ମହାସାଗର , ଉତ୍ତର ଓ ଦକ୍ଷିଣ ଆମେରିକା ,  ୟୁରୋପ ଓ ଆଫ୍ରିକାରେ ଦେଖିବାକୁ ମିଳିବ । ଭାରତରେ ଏହି ଗ୍ରହଣ ଦୃଶ୍ୟମାନ ହେବ ନାହିଁ । ଭାରତୀୟ ସମୟନୁସାରେ  ଏହି ଗ୍ରହଣ ରାତ୍ରୀ ଆଠ ଘଣ୍ଟା ସାତ ମିନିଟ ୪୩ ସେକେଣ୍ଡ ରୁ ଆଗାମୀ ଦିନ ୧୩ଟା ୦୭ ମିନିଟ ୦୩ ସେକେଣ୍ଡ ଯାଏଁ ରହିବ ।  ପୂର୍ବରୁ ୨୦୧୮ ମସିହା ଜୁଲାଇ ୨୭ରେ ଚନ୍ଦ୍ର ଗ୍ରହଣ ହୋଇଥିଲା । ଯାହା ଏକ ଘଣ୍ଡା ୪୩ ମିନିଟ ଯାଏଁ ରହିଥିଲା ।

ପୃଥିବୀର ନିକଟଚର ହେବ ଚନ୍ଦ୍ର

ଆମେରିକା ସ୍ପେସ ଏଜେନ୍ସି ନାଶାର କହିବା ମୁତାବକ ସୁପର ମୁନ ଅନ୍ୟ ଦିନ ଅପେକ୍ଷା ପ୍ରାୟ ପୃଥୀବୀରୁ ୩,୬୩,୦୦୦ କିମି ଦୂର ରହିବ ଅନ୍ୟ ସମୟରେ ସର୍ବାଧିକ ଦୂରତା ୪,୦୫,୦୦୦ କିମି ରହେ ।

ନାଶାର ଗୋଟାର୍ଡ଼ ପ୍ଳାଇଟ ସେଣ୍ଟର ରିସର୍ଚ୍ଚ ବୈଜ୍ଞାନିକ  ନୋଆହୋ ପେଟ୍ରୋଙ୍କ କହିବାନୁସାରେ ସୁପର ମୁନରେ ଚନ୍ଦ୍ର ସାଧାରଣ ଦିନ ଅପେକ୍ଷା ୧୪ ପ୍ରତିଶତ ବଡ଼ ସହ ୩୦ ପ୍ରତିଶତ ଅଧିକ ଚମକଦାର ଥାଏ । ଏହି ସମୟରେ ଚନ୍ଦ୍ରର ରଙ୍ଗ ଲାଲ ଦେଖାଯାଏ ତେଣୁ ଏହାକୁ ବ୍ଲଡ଼ମୁନ ମଧ୍ୟ କୁହାଯାଏ ।

By amfnews

Related Post