Thu. Nov 7th, 2024

ଜାନୁଆରୀରେ ଦେଶରେ ଆରମ୍ଭ ହେବ କୋଭିଡ୍-୧୯ ଟିକାକରଣ: ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ

By amfnews Dec 21, 2020 #Featured
100 Views

ଦିଲ୍ଲୀ,ଡିସେମ୍ବର 21 : ସାରା ଦେଶରେ କରୋନା ମହାମାରୀ କାୟା ବିସ୍ତାର କରିଥିବା ବେଳେ ଏହାରି ଭିତରେ ଅନେକ ସ୍ଥାନରେ ଏହାର ଦ୍ୱିତୀୟ ଲହରୀ ଦେଖିବାକୁ ମିଳିଛି । ପ୍ରତ୍ୟକଙ୍କ ମନରେ ଗୋଟିଏ ପ୍ରଶ୍ନ କେବେ ଟିକା ବାହାରିବ ଓ ଲୋକମାନେ କେବେ ଏହାଠାରୁ ମୁକ୍ତି ପାଇବେ । ଏହାମଧ୍ୟରେ ଜାନୁଆରୀରୁ ଦେଶରେ ଟିକାକରଣ ଆରମ୍ଭ ହେବ ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ।

ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ସରକାର ଭାକସିନର ଗୁଣବତ୍ତା, ସୁରକ୍ଷା ସହ କୌଣସି ସାଲିସ କରିବେ ନାହିଁ । ଜାନୁଆରୀର କୌଣସି ଏକ ସପ୍ତାହରେ ଭାରତ କରୋନା ଭାକସିନ ପ୍ରଦାନ କରିବା ସ୍ଥିତିରେ ରହିଥିବ । ଏବେ ୬ଟି ଭାକସିନ କ୍ଲିନିକାଲ ଟ୍ରାଏଲରେ ଗତି କରୁଛି । ଏହାର ଭିନ୍ନ ଭିନ୍ନ ସ୍ତରରେ ବିକାଶ କରାଯାଉଛି ।

କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ, ଦେଶରେ ଏବେ ୧ କୋଟି ୯୫ ଲକ୍ଷ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଭାରତର ସୁସ୍ଥ ହାର ବିଶ୍ୱରେ ସର୍ବାଧିକ । ତଥାପି ସତର୍କତା ଅବଲମ୍ବନ କରିବାକୁ ହେବ ।

By amfnews

Related Post