Sun. Mar 8th, 2026

ଜାନୁଆରି ୨୬ରେ ପ୍ରଥମ ଥର ପାଇଁ ରାଜପଥରେ ଷ୍ଟଣ୍ଟ୍‌ ଦେଖାଇବେ ମହିଳା ଅଧିକାରୀ ଶିଖା ସୁରଭି

296 Views

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ ପ୍ରତିବର୍ଷ ଭାରତୀୟ ସେନା ଯବାନମାନଙ୍କୁ ରାଜପଥରେ ଉପରେ ଦେଖିବାକୁ ମିଳିଥାଏ। ପ୍ରଥମ ଥର ପାଇଁ ଏଥର ଜଣେ ମହିଳା ଡେୟାର୍‌ ଡେଭିଲ୍‌ସ ମୋଟର ସାଇକେଲରେ ଷ୍ଟଣ୍ଟ୍‌ କରିବାର ଦେଖିବାକୁ ମିଳିବେ। ଏଥର ପୂରା ପରେଡ୍‌ରେ ମହିଳା ଶକ୍ତିର କେତେକ ଝଲକ ଦେଖିବାକୁ ମିଳିବ।

ଝାରଖଣ୍ଡର ୨୮ ବର୍ଷୀୟା କ୍ୟାପ୍‌ଟେନ୍‌ ଶିଖା ସୁରଭୀ ପୁରୁଷ ଡେୟାର୍‌ ଡେଭିଲ୍‌ସ ଟିମ୍‌ ଭିତରେ ଏକୁଟିଆ ମହିଳା ଅଧିକାରୀ ଭାବେ ନଜର ଆସିବେ। ସେ ରୟାଲ୍‌ ଏନ୍‌ଫିଲ୍ଡ ୩୫୦ସିସିରେ ଏହି ଷ୍ଟଣ୍ଟ୍‌ ଦେଖାଇବେ।

ବାଇକ୍‌ରେ ହ୍ୟାଣ୍ଡେଲ୍‌ ନ ଧରି ଏହି ଷ୍ଟଣ୍ଟ୍‌ ପ୍ରଦର୍ଶନ କରିବାକୁ ଥିବା ଶିଖା ୧୯୩୫ ମସିହାରୁ ହୋଇଥିବା ଡେୟାର୍‌ ଡେଭିଲ୍‌ସ ଟିମ୍‌ରେ ନିଜର ଜଲଓ୍ଵା ଦେଖାଇବେ।ଶିଖା ଏକ ସାକ୍ଷାତ୍‌କାରରେ କହିଛନ୍ତି, ‘ମୁଁ ଆରମ୍ଭରୁ ଜଣେ ଖେଳାଳୀ ଥିଲି। ମୁଁ ବକ୍ସିଂ କରୁଥିଲି ଓ ବାସ୍କେଟ୍‌ ବଲ୍‌ ବି ଖେଳୁଥିଲି। ଆରମ୍ଭରୁ ଖେଳ ସହ ଯଡ଼ିତ ହୋଇ ରହିଥିବାରୁ ମୋତେ ଭାରତୀୟ ସେନାରେ ଯୋଗ ଦେବା ପାଇଁ ଆଗ୍ରହ ହୋଇଥିଲା।’

ଶିଖା ଆଇଟିରେ ବିଟେକ୍‌ କରିବା ପରେ ଭାରତୀୟ ସେନାରେ ଯୋଗ ଦେଇଥିଲେ। ବାଇକ୍‌ ଷ୍ଟଣ୍ଟ୍‌ କରିବା ପାଇଁ ତାଙ୍କୁ ବହୁ ପରିଶ୍ରମ କରିବାକୁ ପଡ଼ିଛି ବୋଲି ସେ କହିଛନ୍ତି।

By amfnews

Related Post