Fri. Mar 6th, 2026

ଜାନୁଆରି ୧ ତାରିଖରୁ ସର୍ବସାଧାରଣଙ୍କ ପରିବହନ ନିମନ୍ତେ ବ୍ୟବହୃତ ଗାଡ଼ିରେ ଟ୍ରାକିଙ୍ଗ୍‌ ସିଷ୍ଟମ୍‌

227 Views

ନୂଆଦିଲ୍ଲୀ, ଅକ୍ଟେ।ବର୩୦: ୨୦୧୯ ମସିହା ଜାନୁଆରି ୧ ତାରିଖ ଦିନ କିଂବା ତା’ପରେ ପଞ୍ଜିକୃତ ହେବାକୁ ଥିବା ସର୍ବସାଧାରଣଙ୍କ ଗମନା ଗମନ ପାଇଁ ଉଦ୍ଦିଷ୍ଟ ଯାନବାହନରେ ଭେଇକ୍ଲ ଲୋକେସନ୍‌ ଟ୍ରାକିଙ୍ଗ୍‌ ଏବଂ ଏମର୍ଜେନ୍‌ସି ବଟନ୍‌ ଲଗାଇବାକୁ ସଡ଼କ ପରିବହନ ମନ୍ତ୍ରାଳୟ ଏବଂ ରାଜପଥ ବାଧ୍ୟତାମୂଳକ କରିଛି। ଏଥିରୁ ଅଟୋରିକ୍ସା ଏବଂ ଇ-ରିକ୍ସାକୁ ବାଦ୍‌ ଦିଆ ଯାଇଛି।
୨୦୧୮ ମସିହାର ମୋଟର୍‌ ଭେଇକ୍ଲ୍‌ ଅର୍ଡରୁ ସେଣ୍ଟ୍ରାଲ୍‌ ମୋଟର୍‌ ରୁଲ୍‌ସ୍‌, ୧୯୮୯ ଅଧୀନରେ ଆସୁଥିବା ସମସ୍ତ ସାଧାରଣ ସେବା ଯାନବାହନ ପ୍ରତି ଲାଗୁ ହେବ।
ଏଥି ପାଇଁ ମନ୍ତ୍ରାଳୟ ବିଜ୍ଞପ୍ତି ପ୍ରକାଶନ ନିମନ୍ତେ ପଠାଇ ସାରିଛି ଏବଂ ତାହା ବୁଧବାର ଠାରୁ କାର୍ଯ୍ୟକ୍ଷମ ହେବ ବୋଲି କୁହା ଯାଇଛି।
ଏହି ପଦକ୍ଷେପ ଯାତ୍ରୀମାନଙ୍କର, ବିଶେଷକରି ମହିଳାମାନଙ୍କ ସୁରକ୍ଷା ନିମିତ୍ତ ପ୍ରବର୍ତ୍ତନ କରାଯାଇଛି।
ଏ ବର୍ଷ ଜୁଲାଇ ମାସରେ ସେଣ୍ଟ୍ରାଲ୍‌ ମୋଟର୍‌ ଭେଇକ୍ଲ୍‌ ରୁଲ୍‌ସ୍‌ର ଡ୍ରାଫ୍‌ଟ୍‌ ଆମେଣ୍ଡ୍‌ମେଣ୍ଟ୍‌ କରିବା ପରେ ଏ ଭଳି ନିୟମ ପ୍ରଚଳନ କରା ଯାଇଛି।

By amfnews

Related Post