Sun. Mar 8th, 2026

ଜାତୀୟ ରାଜପଥରେ ଦୁର୍ଘଟଣା:ବୃଦ୍ଧାଙ୍କ ମୃତ୍ୟୁ, ପୁଅବୋହୂ ସମେତ ନାତୁଣୀ ଆହତ

167 Views

ବାଲେଶ୍ବର,୧୬/୧୧: ଜାତୀୟ ରାଜପଥର ବାଲେଶ୍ବର ଜିଲ୍ଲା ନହରପାଟଣାଠାରେ ଆଜି ଅପରାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅବୋହୂ ଓ ନାତୁଣି ଗୁରୁତର ଆହତ ହୋଇଛନ୍ତି। ମୃତ ବୃଦ୍ଧାଙ୍କ ନାମ କଟିବୁଢ଼ୀ ସିଂ(୫୦)।
ମିଳିଥିବା ସୂଚନା ଅନୁଯାୟୀ, ବଳରାମଗଡ଼ି ସାମୁଦ୍ରିକ ଥାନା ଅଧୀନ ବଳରାମଗଡ଼ି ଅଞ୍ଚଳର କଟିବୁଢ଼ୀ ଆଜି ତାଙ୍କ ପୁଅ ବିଶ୍ବଜିତ, ବୋହୂ ଜ୍ୟୋତ୍ସ୍ନା ଓ ନାତୁଣୀ ବିଷ୍ଣୁପ୍ରିୟା ସହ ବାଇକ୍‌ ନଂ ଓଡି-୦୧ ଆର-୮୭୦୧ରେ ଜାତୀୟ ରାଜପଥ ଦେଇ ରେମୁଣା ବାଲିପାଳକୁ ଯାଉଥିଲେ। ତେବେ ନହରପାଟଣା ନିକଟରେ ସେମାନଙ୍କର ଦୁର୍ଘଟଣା ଘଟିଥିଲା। ଏକ ବସ ଓ ପିକ-ଅପ୍୍ ଭ୍ୟାନ୍‌ ମଝିରେ ସେମାନଙ୍କ ବାଇକ୍ ଫସିଯିବାରୁ କଟିବୁଢ଼ୀ ବାଇକ୍‌ରୁ ଖସି ପଡ଼ିଥିଲେ। ତେଣୁ ତାଙ୍କ ଉପରେ ଗାଡ଼ି ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। କିଛି ଦୂରରେ ତାଙ୍କ ପୁଅବୋହୂ ଓ ନାତୁଣୀ ମଧ୍ୟ ପଡ଼ି ଅାହତ ହୋଇଥିଲେ। ଅନ୍ୟ ଦୁଇଟି ଗାଡ଼ି ଫେରାର ହୋଇଯାଇଥିବା ବେଳେ ଘଟଣାସ୍ଥଳରୁ ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ବାଲେଶ୍ବର ଡାକ୍ତରଖାନାକୁ ପଠାଇଥିଲେ। ଘଟଣାସ୍ଥଳରେ କିଛି ସମୟ ଉତ୍ତେଜନା ଲାଗି ରହିଥିବା ବେଳେ ପୁଲିସ ପହଞ୍ଚି ସେମାନଙ୍କ ସହ ଆଲୋଚନା‌ କରିବା ସହିତ ମୃତ ଶରୀରକୁ ବ୍ୟବ‌ଚ୍ଛେଦ ନିମନ୍ତେ ହସ୍‌ପିଟାଲକୁ ଆଣିଥିଲେ।

By amfnews

Related Post