Sat. Mar 7th, 2026

ଜାତୀୟ ରାଜପଥରେ ଡ୍ରାଇଭର୍‌ଙ୍କୁ ହତ୍ୟା କରି ଟ୍ରକ୍‌ ଅପହରଣ ସନ୍ଦେହ

302 Views

ଜମନକିରା  :   ସମ୍ବଲପୁର ଜିଲ୍ଲା ଦେଇ ଯାଇଥିବା କୁଚିଣ୍ଡା ଓ ଦେବଗଡ଼ ୪୯ ନମ୍ବର ଜାତୀୟ ରାଜପଥ ମଧ୍ୟସ୍ଥ କୁଚିଣ୍ଡା ଥାନା ଅନ୍ତର୍ଗତ କୁଇଲାରିଜୋର ଗ୍ରାମର ବିଶ୍ରାମାଳୟ ପଛରେ ଜଣେ ଟ୍ରକ୍‌ ଟ୍ରାଇଭର୍‌ଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଥିବା କଥା ଆଜି ସକାଳେ ଜଣାପଡ଼ିଛି। ସାର୍ଟ ପକେଟରୁ ମିଳିଥିବା ଡ୍ରାଇଭିଙ୍ଗ୍‌ ଲାଇସେନ୍‌ସ୍‌ରୁ ମୃତ ଡ୍ରାଇଭର୍‌ଙ୍କୁ ଚିହ୍ନଟ କରାଯାଇଛି। ସେ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ପରଜଙ୍ଗ ଗ୍ରାମର ୩୦ ବର୍ଷିୟ ରାଜୁ ବେହେରା।

ମଧ୍ୟରାତ୍ରୀ ସମୟରେ କୌଣସି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରି ଫିଙ୍ଗିବା ପରେ ସେ ଚଳାଉଥିବା ଟ୍ରକ୍‌ଟିକୁ ଅପହରଣ କରି ନେଇଛନ୍ତି ବୋଲି ପୁଲିସ ସନ୍ଦେହ କରୁଛି। ଡ୍ରାଇଭିଙ୍ଗ୍‌ ଲାଇସେନ୍‌ସ୍‌ ପରିଚୟ ଆଧାରରେ ରାଜୁଙ୍କ ଘର ଲୋକଙ୍କୁ ଏ ସମ୍ବନ୍ଧରେ ଖବର ଦିଆଯାଇଛି।କୁଚିଣ୍ଡା ଥାନାରେ ଏ ସଂକ୍ରାନ୍ତରେ ନରହତ୍ୟା ମାମଲା ରୁଜୁ କରାଯାଇ ଘଟଣାର ବ୍ୟାପକ ଭାବେ ତଦନ୍ତ ଆରମ୍ଭ ହୋଇଥିବା କଥା କୁଚିଣ୍ଡା ଥାନା ଆଇଆଇସି ପ୍ରକାଶ କର୍ଣ୍ଣ କହିଛନ୍ତି।

By amfnews

Related Post