Fri. Dec 27th, 2024

ଜାତୀୟ ପ୍ରେସ୍ ଦିବସ : ସାମ୍ବାଦିକତା ସମାଜର ଏକ ଦୁର୍ଲଭ ଅଙ୍ଗ – ପାନପୋଷ ଉପଜିଲାପାଳ

By amfnews Nov 18, 2018 #Featured
184 Views

ରାଉରକେଲା, ୧୮ ।୧୧ : ଜିଲ୍ଲା ପ୍ରଶାସନ ପକ୍ଷରୁ ପାନପୋଷ ରୋଡ ସ୍ଥିତ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ କାର୍ଯ୍ୟାଳୟ ପରିସରରେ ସୂଚନା ଲୋକସମ୍ପର୍କ ଅଧିକାରୀ ଅଶି୍ୱନୀ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଜାତୀୟ ପ୍ରେସ ଦିବସ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପାନପୋଷ ଉପଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର ଯୋଗ ଦେଇ ଯୋଗଦେଇ କହିଲେ ଯେ, ସାମ୍ବାଦିକତା ସମାଜ ପାଇଁ ଏକ ଦୁର୍ଲଭ ଅଙ୍ଗ ସଦୃଶ ।

ଅନ୍ୟମାନଙ୍କ ମଧ୍ୟରେ ଆର୍ଏସ୍ପି ଡିଜିଏମ୍ ରମେନ୍ଦ୍ର କୁମାର, ଆର୍ଏମ୍ସି ଉପାୟୁକ୍ତ ସୁଷମା ବିଲୁଙ୍ଗ, ନାରାୟଣ ପତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ । ମୁଖ୍ୟବକ୍ତା ଭାବେ ହୃଷିକେଶ ରାୟ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଭବେଶ ଚନ୍ଦ୍ର ସାହୁ ଯୋଗ ଦେଇ କହିଲେ, ସମାଜ ଓ ସାମ୍ବାଦିକତା ପରିପୁରକ ହେବା ଜରୁରୀ । ଉତ୍ସବରେ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ଅତିଥିମାନଙ୍କ ପରିଚୟ ପ୍ରଦାନ ସହ ଗଣମାଧ୍ୟମର ନୈତିକତା ଓ ଡିଜିଟାଲ ଯୁଗର ଆହ୍ୱାନ ଶୀର୍ଷକ ଉପରେ ବିଶଦ୍ ଆଲୋଚନା କରିଥିଲେ ।

ଏଥିରେ ରାଜ୍ୟ ତଥା ଦେଶ ବିଦେଶରୁ ପ୍ରକାଶିତ ଅନ୍ୟୂନ ୩ ଶହରୁ ଊଦ୍ଧ୍ୱର୍ ବିଭିନ୍ନ ପତ୍ରପତ୍ରିକା ପ୍ରଦର୍ଶନୀ କରାଯାଇଥିଲା । ଉତ୍ସବ ପରିଚାଳନାରେ ସୂଚନା ଲୋକସମ୍ପର୍କ କର୍ମଚାରୀଙ୍କ ସମେତ ସାମ୍ବାଦିକ ମହେନ୍ଦ୍ର କୁମାର ମିଶ୍ର ସକ୍ରିୟ ସହଯୋଗ କରିଥିବା ବେଳେ ଦୈନିକ ଉକ୍ରଳ ମେଲ୍ ସମ୍ପାଦକ ପୀତବାସ ମିଶ୍ର ଧନ୍ୟବାଦ ଦେଇଥିଲେ । ଆଜିର ଆଧୁନିକ ଯୁଗରେ ସାମ୍ବାଦିକତାର ଅର୍ଥ ବୁଝୁନଥିବା ଯୁବଗୋଷ୍ଠୀ ସ୍ମାର୍ଟ ଫୋନ ଧରି ଏହି ପେଷାର ଦୁରୁପଯୋଗ କରୁଥିବା ନେଇ ଉଦ୍ବେଗ ପ୍ରକାଶ କରିଥିଲେ ।

ଆଜିର ଡିଜିଟାଲ ଯୁଗରେ ପ୍ରଯୁକ୍ତି ବିଦ୍ୟାରେ ଥିବା ସକାରାତ୍ମକ ଦିଗକୁ ଛାଡି ଏହି ଯୁବଗୋଷ୍ଠୀ ନକାରାତ୍ମକ ଦିଗକୁ ଆପଣାଇବାକୁ ଅତିଥିମାନେ ନାପସନ୍ଦ କରିଥିଲେ । ତେଣୁ ସାମ୍ବାଦିକମାନେ ଦୁର୍ନୀତି, ଅନ୍ୟାୟ ଓ ଅତ୍ୟାଚାର ମୁକ୍ତ ସମାଜ ଗଠନ ଦିଗରେ ବ୍ରତୀ ହେବା ଜରୁରୀ । ଓଡ଼ିଶାର ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ କୁମାର କହିଲେ ଯେ, ବିବିଧତା ମଧ୍ୟରେ ଏକତାର ବାର୍ତ୍ତା ସ୍ୱାକ୍ଷର ବହନ କରୁଥିବା ଜଗନ୍ନାଥ ସଂସ୍କୃତିର ବିଶେଷତ୍ୱ । ଏଥିସହ କେବଳ ଜଗନ୍ନାଥ ସଂସ୍କୃତି ନୁହେଁ, ଓଡ଼ିଶାର ପାଣି ପବନରେ ଥିବ କଳା ଓ ସଂସ୍କୃତି ମଧ୍ୟ କୌଣସି ଗୁରଣରେ କମ୍ ନୁହେଁ ବୋଲି ଉଲ୍ଲେଖ କରିଥିଲେ ।

By amfnews

Related Post