Sat. Mar 15th, 2025

ଜାତୀୟ ପତାକା ଅର୍ଦ୍ଧନମିତ ନ କରି ସ୍କୁଲ ଅଧ୍ୟକ୍ଷ ଗିରଫ

By amfnews Aug 18, 2018 #Featured
626 Views

ଗୌହାଟୀ: ସ୍ୱାଧୀନତା ଦିବସ ଦିନ ଜାତୀୟ ପତାକା ନ ଉଡ଼ାଇବା, ପୂର୍ବତନ ପ୍ରଧାନମନ୍ତ୍ରୀ ଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ରାଷ୍ଟ୍ରୀୟ ଶୋକ ପାଳନ ବେଳେ ଜାତୀୟ ପତାକା ଅର୍ଦ୍ଧନମିତ କରିବା ପାଇଁ ସରକାରୀ ନିର୍ଦ୍ଦେଶାନାମା ଥିବା ସତ୍ତ୍ୱେ ଏହାକୁ ଉଲଂଘନ କରିବା ଅଭିଯୋଗରେ ଆସାମର ମୋରର୍ଗା ଠାରେ ଥିବା ସେଣ୍ଟ ଇୟୁଜିନ ଇଂଲିସ ମିଡିୟମ ସ୍କୁଲର ଅଧ୍ୟକ୍ଷ ଫାଦର ଜେମ୍‌ସଙ୍କୁ ଗିରଫ କରାଯାଇଛି। ଏ ନେଇ ଡେପୁଟି ସୁପରିଟେଣ୍ଡଣ୍ଟ ମୃଣ୍ମୟୀ ଗୌସ୍ୱାମୀ କହିଛନ୍ତି ଯେ ଫାଦର ଜେମ୍‌ସଙ୍କୁ ଗିରଫ କରାଯାଇଛି। ଜାତୀୟ ପତାକାକୁ ଅବମାନନା କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇ ମୋରିଗାଁ ଥାନା ହାଜାତକୁ ପଠାଇ ଦିଆଯାଇଛି।
ମୃଣ୍ମୟୀ ଗୌସ୍ୱମୀଙ୍କ ଠାରୁ ପ୍ରକାଶ ଯେ ଗୁରୁବାର ସନ୍ଧ୍ୟା ୬ଟା ବେଳେ ଫାଦର ଜେମ୍‌ସଙ୍କୁ ଗିରଫ କରାଯାଇଛି। ଶୁଣାଯାଉଛି ଯେ ଫାଦର ଜେମ୍‌ସଙ୍କୁ ଗିରଫ କରିବାକୁ ଯାଇଥିବା ଫୁଲିସ ଟିମ୍‌ ପ୍ରଥମେ ତାଙ୍କୁ ଜାତୀୟ ସଙ୍ଗୀତ ଗାନ କରାଇଥିଲେ । ପରେ ତାଙ୍କୁ ଗିରଫ କରିଥିଲେ।
ସୂଚନାଯୋଗ୍ୟ ଯେ ଶ୍ରୀ ବାଜପେୟୀଙ୍କ ପରଲୋକ ପରେ କେନ୍ଦ୍ର ସରକାର ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଥିଲେ। ଗୃହମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ଏକ ସର୍କୁଲାରେ ସମଗ୍ର ଦେଶରେ ଜାତୀୟ ପତାକା ଅର୍ଦ୍ଧନମିତ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।

By amfnews

Related Post