Mon. Dec 23rd, 2024

ଜାତୀୟସ୍ତରୀୟ ଉଡ଼ାନ କର୍ପୋରେଟ୍ ବିଜନେସ୍ କୁଇଜ୍ରେ ଆରଏସ୍ପିର ଦଳ ପ୍ରଥମ ରନର୍ସ ଅପ୍

rklsanchar@gmail.com' By J.N. Pradhan Jun 29, 2018 #Featured
192 Views

ରାଉରକେଲା, ୨୯/୬: ରାଉରକେଲା ଇସ୍ପାତ କାରଖାନାର ପ୍ରକଳ୍ପ ବିଭାଗର ସିନିୟର ମ୍ୟାନେଜର ରବି ବଞ୍ଜାରେ ଓ ରିଫ୍ରାକ୍ଟ୍ରୋରିଜ୍ ବିଭାଗର ଡେପୁଟି ମ୍ୟାନେଜର ସମ୍ପଦ ମିଶ୍ରଙ୍କୁ ନେଇ ଗଠିତ ଦଳ ଜାତୀୟସ୍ତରୀୟ ଅଷ୍ଟମ ‘ଉଡ଼ାନ କର୍ପୋରେଟ୍ ବିଜନେସ୍ କୁଇଜ୍’ ପ୍ରତିଯୋଗିତାରେ ପ୍ରଥମ ରନର୍ସ ଅପ୍ ଆଖ୍ୟା ହାସଲ କରିଛି । ରାଞ୍ଚିସ୍ଥିତ ମ୍ୟାନେଜମେଣ୍ଟ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ ଓ ଜାତୀୟ ଏଚଆରଡି ନେଟୱାର୍କ ରାଞ୍ଚି ଶାଖାର ମିଳିତ ଆନୁକୂଲ୍ୟରେ ଜୁନ୍ ୨୪ ତାରିଖରେ ଏହି ବିଜନେସ୍ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ଏଥିରେ ଟିସିଏସ୍, ଚେନ୍ନାଇ ବିଜୟୀ ହୋଇଥିଲା । ଉକ୍ତ ସମ୍ମାନଜନକ ପ୍ରତିଯୋଗିତାରେ ସେଲ୍ ଅଧିନସ୍ଥ ବିଭିନ୍ନ ୟୁନିଟ୍ ଓ ଅନ୍ୟ ବୃହତ୍ କର୍ପୋରେଟ୍ ହାଉସ୍ ଯଥା ଏଚସିଏଲ, ଆଇଓସି, ବିପିସିଏଲ, ଏଚଇସି, ନାଲକୋ, ଏନ୍ଟିପିସି, ଏନଏମଡିସି, ଏନଏସ୍ପିସିଏଲ୍, ବିପିଏସସିଏଲ୍, ଇଫକୋ, ଆରଆଇଏନଏଲ, ଟାଟା ଷ୍ଟିଲ୍, ଆର୍ଣ୍ଣଷ୍ଟ ଆଣ୍ଡ ୟଙ୍ଗ, କ୍ୟାପଜେମିନୀ, ମେକନ, ଏମ.ଜଙ୍କସନ, ଆରବିଆଇ, ସିସିଏଲ୍ ଓ ପିଜିଆଇଏଲ୍ ସମେତ ବିଭିନ୍ନ ପ୍ରମୁଖ ପ୍ରତିଷ୍ଠାନରୁ ଆସିଥିବା ୭୮ଟି ଦଳ ଅଂଶଗ୍ରହଣ କରିଥିଲେ ।

ଏଚ୍ଇସି ରାଞ୍ଚିର ସିଏମ୍ଡି ଅଭିଜିତ ଘୋଷ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେତା ଓ ଉପବିଜେତାଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଏହି କୁଇଜ୍ ବିଭିନ୍ନ ବିଷୟ ଯଥା ସଦ୍ୟତମ ବିଜନେସ ଓ ପରିଚାଳନାଗତ ତତ୍ତ୍ୱ, ମାର୍କେଟିଂ, ବ୍ରାଣ୍ଡ, ବିଜନେସ ବ୍ୟକ୍ତିତ୍ୱ, ବିଜ୍ଞାପନ, ସାଂପ୍ରତିକ ବିଜନେସ କାର୍ଯ୍ୟକ୍ରମ ଆଦି ଉପରେ ଆଧାରିତ ଥିଲା । ଉକ୍ତ ପ୍ରତିଯୋଗିତାକୁ ବିଶିଷ୍ଟ କୁଇଜ୍ ମାଷ୍ଟର ଅଜୟ ପୁନିୟା ପରିଚାଳନା କରିଥିଲେ । ଅଂଶଗ୍ରହଣକାରୀ ୭୮ଟି ଦଳ ମଧ୍ୟରୁ ୬ଟି ଦଳ ଗ୍ରାଣ୍ଡ ଫାଇନାଲ୍ ନିମନ୍ତେ ଯୋଗ୍ୟତା ଅର୍ଜନ କରିଥିଲେ ।

ଆରଏସ୍ପି ଦଳ ପ୍ରଥମ ପୁରସ୍କାର ଆକାରରେ ୩୫ ହଜାର ଟଙ୍କାର ପୁରସ୍କାର ରାଶି ଏବଂ ଟ୍ରଫି ଲାଭ କରିଥିଲା । ଏହି ଅବସରରେ ସେଲ୍ର ବହୁ ଅନ୍ୟ ବରିଷ୍ଠ ଅଧିକାରୀ ଏବଂ ଏନଏଚଆରଡି ରାଞ୍ଚି ଶାଖାର ପଦାଧିକାରୀ ଏବଂ ଅଂଶଗ୍ରହଣକାରୀ କର୍ପୋରେଟ୍ ହାଉସ୍ଗୁଡ଼ିକର ବହୁ ସଂଖ୍ୟାରେ ଅଧିକାରୀ ଉପସ୍ଥିତ ଥିଲେ ।

Related Post