Tue. Jun 10th, 2025

ଜାଣନ୍ତୁ କ’ଣ ପାଇଁ ହେଲିକପ୍ଟର ବୁକ୍‌ କଲେ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା?

By amfnews Nov 25, 2018 #Featured
163 Views

ମୁମ୍ବାଇ , ନଭେମ୍ବର ୨୫ : ଅଭିନେତା ରଣବୀର ସିଂହ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ବିବାହ ପରେ ଏବେ ଆନୁଷ୍ଠାନିକ ଭାବରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଦେଶୀ ଗର୍ଲ ପ୍ରିୟଙ୍କା । ପ୍ରେମିକ ନିକ୍‌ଙ୍କ ସହ ସେ ଯୋଧପୁରରେ ବିବାହ କରିବାକୁ ଯାଉଥିବା ବେଳେ ବିବାହର ପ୍ରସ୍ତୁତି ଜୋର ସୋରରେ ଚାଲିଥିବା ଦେଖାଯାଇଛି । ବିବାହକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ପ୍ରିୟଙ୍କା ଏକ ହେଲିକପ୍ଟର ବୁକ୍‌ କରିଥିବା ଜଣାପଡ଼ିଛି ।

ଆଜ୍ଞା ହଁ! ବିବାହ ଦିନ ବିବାହସ୍ଥଳରେ ପହଞ୍ଚିବା ପାଇଁ ପ୍ରିୟଙ୍କା ନିଜ ପାଇଁ ଏକ ହେଲିକପ୍ଟର ବୁକ୍‌ କରିଛନ୍ତି । ରଣବୀର ସିଂହ ସିପ୍ଲେନ୍‌(ସାମୁଦ୍ରିକ ବିମାନ)ଦ୍ୱାରା ବିବାହସ୍ଥଳକୁ ଆସି ଚର୍ଚ୍ଚିତ ହୋଇଥିବା ବେଳେ ଏବେ ପ୍ରିୟଙ୍କାଙ୍କ ହେଲିକପ୍ଟରରେ ଏଣ୍ଟ୍ରିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।ସୂଚନା ମୁତାବକ, ପ୍ରିୟଙ୍କା ବିବାହ ଦିନ ଉଦୟପୁର ଯାଇ ସେଠାରୁ ହେଲିକପ୍ଟର ସାହାଯ୍ୟରେ ଯୋଧପୁରର ଉମୈଦ ଭବନରେ ଓହ୍ଲାଇବେ । ଯାହା ପାଇଁ ଯୋଧପୁରରେ ଏକ ହେଲିପ୍ୟାଡ଼୍‍ ତିଆରି କରାଯିବ ବୋଲି ଜଣାପଡ଼ିଛି । ତେବେ ପ୍ରିୟଙ୍କାଙ୍କ ସହିତ ହେଲିକପ୍ଟର ମଧ୍ୟରେ ଆଉ କେଉଁମାନେ ରହିବେ,ତାହା ଜଣା ପଡ଼ିନାହିଁ ।

By amfnews

Related Post