Sun. Mar 8th, 2026

ଜାକିର ନାଏକକୁ ବ୍ୟାନ୍ କଲା ମ୍ୟାଲେସିୟା

115 Views

କ୍ୱାଲାଲମ୍ପପୁର  :  ବିବଦୀୟ ଇସ୍‌ଲାମିକ ଧର୍ମଗୁରୁ ତଥା ଭାରତରୁ ଫେରାର ହୋଇଯାଇଥିବା ଜାକିର ନାଏକର ଅଡ଼ୁଆ ବଢ଼ିଛି। ସେ ଭାରତରୁ ଫେରାର ହେବା ପରେ ମ୍ୟାଲେସିୟାରେ ଆତ୍ମଗୋପନ କରୁଥିଲା। ହେଲେ ସେଠାରେ ମଧ୍ୟ ଧର୍ମକୁ ନେଇ ବିବାଦୀୟ ବୟାନ ଦେବା ଆରମ୍ଭ କରିଥିଲା।

ଏଥିପାଇଁ ମ୍ୟାଲେସିୟା ସରକାର ତା ଉପରେ ବ୍ୟାନ୍‌ ଲଗାଇଛନ୍ତି। ଅର୍ଥାତ ଜାକିର ନାଏକ ଏଣିକି ଆଉ ସର୍ବସାଧାରଣରେ ଭାଷଣ ଦେଇପାରିବ ନାହିଁ। ଏହା ପୂର୍ବରୁ ମ୍ୟାଲେସିୟା ପୁଲିସ୍‌ ତାକୁ ବିବାଦୀୟ ବୟାନ ଘଟଣାରେ ଜେରା କରିଥିଲା। ମ୍ୟାଲେସିୟାର ରାଜନୀତିକ କାର୍ଯ୍ୟକଳାପରେ ଜାକିର ଭାଗ ନେଇପାରିବ ନାହିଁ ବୋଲି ସେଠାକାର ପ୍ରଧାନମନ୍ତ୍ରୀ ମହଥିର ମହମ୍ମଦ କହିଛନ୍ତି।

ନାଏକ ହେଉଛି ଜଣେ ମୌଳବାଦୀ ଚିନ୍ତା ଧାରାର ପ୍ରଚାରକ। ଟିଭରେ ସେ ଇସ୍‌ଲାମ ଧର୍ମ ସମ୍ପର୍କରେ ଭାଷଣ ଦେଇଥାଏ। ୯/୧୧ ଆକ୍ରମଣକୁ ସେ ଆଭ୍ୟନ୍ତରୀଣ ବ୍ୟାପାର କହି ବିବାଦ ସୃଷ୍ଟି କରିଥିଲା।

ଏହି ବିବାଦୀୟ ବୟାନବାଜୀ ପାଇଁ ଭାରତରେ ମଧ୍ୟ ତାକୁ ବ୍ୟାନ୍‌ କରାଯାଇଥିଲା। ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟକଳାପ ଓ ମନିଲଣ୍ଡରିଂରେ ସେ ସାମିଲ ଥିବା ଜଣାପଡ଼ିବା ପରେ ଭାରତର ତଦନ୍ତକାରୀ ସଂସ୍ଥା ତା’କୁ ଖୋଜିବା ଆରମ୍ଭ କରିଥିଲେ। କିନ୍ତୁ ୨୦୧୬ରେ ସେ ଭାରତରୁ ଫେରାର ହୋଇ ମ୍ୟାଲେସିୟା ଚାଲି ଯାଇଥିଲେ। ସେଠାରେ ତା’କୁ ସ୍ଥାୟୀ ନାଗରିକତ୍ୱ ମଧ୍ୟ ମିଳିଛି।

By amfnews

Related Post