Sat. Mar 7th, 2026

ଜଳେଶ୍ୱରରୁ ୨୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

180 Views

ବାଲେଶ୍ୱର, ୧୨ା୧୧: ଆଜି ସକାଳେ କଟକରୁ ଆସିଥିବା ଅବକାରୀ ବିଭାଗର ଫ୍ଲାଇଂ ସ୍କ୍ଵାଡ଼୍‍ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ସେକବାଡ଼ା ନିକଟସ୍ଥ ଜଳେଶ୍ୱରପୁର ଗାଁ ନିକଟରେ ଚଢ଼ାଉ କରି ୨ଶହ ଗ୍ରାମ ଓଜନର ବ୍ରାଉନ୍‌ ସୁଗାର ଜବତ କରିଛି। ଜବତ ବ୍ରାଉନ୍‌ ସୁଗାରର ମୂଲ୍ୟ ପ୍ରୟ ୨୦ ଲକ୍ଷ ଟଙ୍କା ହେବା ବୋଲି ଆକଳନ କରୁଛନ୍ତି। ଏହି ଘଟଣାରେ ଅବକାରୀ ବିଭାଗ ଜଣଙ୍କୁ ଗିରଫ କରି କରି ଘଟଣାର ତଦନ୍ତ ଚଳାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଜଳେଶ୍ୱର ଅଞ୍ଚଳରେ ବ୍ୟାପକ ବ୍ରାଉନ୍‌ ସୁଗାର କାରବାର ହେଉଥିବା ନେଇ ଅବକାରୀ ବିଭାଗକୁ ଠୋସ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ କଟକ ଅବକାରୀ ଫ୍ଲାଇଂ ସ୍କ୍ଵାଡ୍‌ ର ଏକ ସଶସ୍ତ୍ର ଟିମ୍‌ ଜଳଶ୍ୱେରରେ ପହଞ୍ଚିଥିଲେ। ତେବେ ସେକ୍‌ବାଡ଼ାର ସେକ୍‌ ସମାତୁଲ୍ଲା ନାମକ ଜଣେ ୫୨ ବର୍ଷୀୟ ବ୍ୟକ୍ତି ନିଜ ସହିତ ପ୍ରାୟ ୨ଶହ ଗ୍ରାମ ବ୍ରାଉନ୍‌ସୁଗାର ଧରି କାରବାର ପାଇଁ ଯାଉଥିବା ବେଳେ ଅବକାରୀ ବିଭାଗର ଅଧିକାରୀମାନେ ତାଙ୍କୁ ଧରିଥିଲେ। ପରେ ସେକ୍‌ କାଲୁଙ୍କ ଧରି ଅବକାରୀ ସ୍କ୍ଵାଡ଼୍‍ ବାଲେଶ୍ୱରରେ ପହଞ୍ଚିଛି।
ସୂଚନାଯୋଗ୍ୟ ଯେ ବ୍ରାଉନ୍‌ସୁଗାର ମାଫିଆମାନେ ଏହାକୁ ପଶ୍ଚିମବଙ୍ଗରୁ ସଂଗ୍ରହ କରି ଓଡ଼ିଶାର ବାଲେଶ୍ୱର ଜିଲ୍ଲାକୁ ଆଣିଥାନ୍ତି। ସେଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଏହି ବ୍ରାଉନ୍‌ସୁଗାର ପଠାଯାଇତାଲଏ ବୋଲି ଜଣେ ଅବକାରୀ ଅଧିକାରୀ ସୁଚନା ଦେଇଛନ୍ତି।

By amfnews

Related Post