Tue. Mar 10th, 2026

ଜଳିଗଲା ଫର୍ନିଚର ମାର୍କେଟ୍‌

255 Views

ନୂଆଦିଲ୍ଲୀ : ଦିଲ୍ଲୀର କାଳିନ୍ଦୀ କୁଞ୍ଜ ମେଟ୍ରୋ ଷ୍ଟେସନ୍‌ ନିକଟରେ ଥିବା ଫର୍ନିଚର ମାର୍କେଟ୍‌ରେ ଆଜି ଭୋର ପ୍ରାୟ ସାଢ଼େ ୫ଟା ବେଳେ ଅଗ୍ନିକାଣ୍ଡ ଘଟିବାରୁ ଲକ୍ଷାଧିକ ଟଙ୍କାର ଜିନିଷ ପୋଡ଼ି ଯାଇଛି। ତେବେ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇଥିବା ସୂଚନା ନାହିଁ। ଅଗ୍ନିକାଣ୍ଡର କାରଣ ମଧ୍ୟ ଜଣାପଡ଼ି ନାହିଁ।

ଏନେଇ ଜଣେ ବ୍ୟବସାୟୀ କହିଛନ୍ତି,“ ଅଗ୍ନିକାଣ୍ଡ ଯୋଗୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି। ସର୍ଟ ସର୍କିଟ୍‌ରୁ ଏହି ନିଆଁ ଲାଗି ଥିବା ସନ୍ଦେହ କରୁଛୁ।” ଅଗ୍ନିକାଣ୍ଡ ଯୋଗୁ ଜସୋଲା ବିହାର,ଶାହୀନ ବାଗ୍‌ ଓ କାଳିନ୍ଦୀ କୁଞ୍ଜ ମଧ୍ୟରେ ମେଟ୍ରୋ ଟ୍ରେନ୍‌ ଯାତାୟତକୁ କିଛି ସମୟ ପାଇଁ ବନ୍ଦ କରି ଦିଆଯାଇଥିଲା।

 

By amfnews

Related Post