Sat. Mar 7th, 2026

ଜଳସେଚନ ଦୁର୍ନୀତି ମାମଲାରେ ଏନ୍‌ସିପି ନେତା ଅଜିତ ପାଓ୍ଵାର୍‌ଙ୍କୁ ମିଳିଲା କ୍ଲିନ୍‌ ଚିଟ୍‌

318 Views

ନୂଆଦିଲ୍ଲୀ: ଏକ ଦଶନ୍ଧି ତଳେ ନାଗପୁର ଜଳସେଚନ ପ୍ରକଳ୍ପରେ ହୋଇଥିବା ଅନିୟମିତତା ମାମଲାରେ ସମ୍ପୃକ୍ତ ନ୍ୟାସ୍‌ନାଲ୍‌ କଂଗ୍ରେସ ପାର୍ଟିର ନେତା ଅଜିତ ପାଓ୍ଵାରଙ୍କୁ ମହାରାଷ୍ଟ୍ର ଆଣ୍ଟି-କରପ୍‌ସନ୍‌ ବ୍ୟୁରୋ କ୍ଲିନ୍‌ ଚିଟ୍‌ ପ୍ରଦାନ କରିଛି।

ଆଣ୍ଟି କରପ୍‌ସନ୍‌ ବ୍ୟୁରୋର ସୁପରିଣ୍ଟେଣ୍ଡେଣ୍ଟ୍‌ ରଶ୍ମି ନନ୍ଦେଦକର ବମ୍ବେ ହାଇକୋର୍ଟର ନାଗପୁର ଖଣ୍ଡପୀଠରେ ଦାଖଲ କରିଥିବା ନଭେମ୍ବର ୨୭ ତାରିଖ ପଡ଼ିଥିବା ଏକ ୧୬ ଫର୍ଦ୍ଦବିଶିଷ୍ଟ ସତ୍ୟପତ୍ର ଦାଖଲ କରିଥିଲେ। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ ମଞ୍ଜୁରୀ ପ୍ରକ୍ରିୟାରେ ବିଦର୍ଭ ଇରିଗେସନ୍‌ ଡେଭଲପ୍‌ମେଣ୍ଟ୍‌ କର୍ପୋରେସନ୍‌ର ତତ୍କାଳୀନ ଅଧ୍ୟକ୍ଷଙ୍କ ପଟରୁ କୌଣସି ଅପରାଧିକ ଉତ୍ତରଦାୟିତ୍ୱ ନାହିଁ।

ସତ୍ୟପତ୍ରରେ ନନ୍ଦେଦକର ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ପ୍ରାୟ ୩୦୨ଟି ଟେଣ୍ଡର୍‌ ତନଖି କରିବା ସମୟରେ ପ୍ରାୟ ୧୭ଟି ମାମଲାରେ ଅଜିତ ପାଓ୍ଵାର୍‌ଙ୍କ ବିରୋଧରେ କୌଣସି ଅନିୟମିତା ହୋଇଥିବା ପ୍ରମାଣ ମିଳିନାହିଁ।

୧୯୯୯ ରୁ ୨୦୦୯ ମଧ୍ୟରେ ଜଳସମ୍ପଦ ମନ୍ତ୍ରୀ ଥିବା ଅଜିତ ପାଓ୍ଵାର୍‌ଙ୍କ ବିରୋଧରେ କେତେଗୁଡ଼ିଏ ଅଭିଯୋଗ ଆସିଥିଲା ବୋଲି ସତ୍ୟପତ୍ରରେ ଉଲ୍ଲେଖ କରାଯାଇଛି। ଏହି ଅଭିଯୋଗଗୁଡ଼ିକ ୨୦୧୪ ରାଜ୍ୟ ନିର୍ବାଚନରେ ରାଜନୈତିକ ମାମଲା ହୋଇଥିଲା। ବିଜୟ ଲାଭ କରିବାର ଅଳ୍ପ ଦିନ ପରେ ଫଡ଼ନବିସ ଅଜିତ ପାଓ୍ଵାର୍‌ଙ୍କ ବିରୋଧରେ ମାମଲା ଆରମ୍ଭ କରିଥିଲେ।

By amfnews

Related Post