Sun. Nov 24th, 2024

ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ପାଇଲା ଫାଇଜର୍ ଭାକସିନ୍‌, ଆମେରିକାରେ ଅତିଶୀଘ୍ର ଆରମ୍ଭ ହେବ ଟିକାକରଣ କାର୍ଯ୍ୟକ୍ରମ

By amfnews Dec 12, 2020 #Featured
122 Views

ଦିଲ୍ଲୀ,ଡିସେମ୍ବର 12 : କରୋନା ଟିକାକୁ ନେଇ ସବୁଦେଶ ଙ୍କ ମଧ୍ୟରେ ଦୌଡ଼ ଆରମ୍ଭ ହୋଇଯାଇଥିବା ବେଳେ ଏବେ ଆମେରିକାର ଖାଦ୍ୟ ଏବଂ ଔଷଧି ପ୍ରଶାସନ ବା ଏଫଡିଏ ଫାଇଜର-ବାୟୋଏନଟେକ୍ ଟିକାର ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛି । ଏନେଇ ଏଫଡିଏର ମୁଖ୍ୟ ବୈଜ୍ଞାନିକ ଫାଇଜରକୁ ପତ୍ର ଲେଖି ସୂଚନା ଦେଇଛନ୍ତି ।

ସେ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଆମେରିକାରେ ଫାଇଜର ଟିକାକୁ ଜରୁରୀକାଳିନ ବ୍ୟବହାର ପାଇଁ ଏଫଡିଆଇର ପରାମର୍ଶ କମିଟି ୧୭-୪ ଭୋଟରେ ଏହି ନିଷ୍ପତ୍ତି ନେଇଛି । ଏହି ଟିକାର ଡୋଜ୍ ୧୬ ଓ ତଦୁର୍ଦ୍ଧ ବୟସର ଲୋକଙ୍କ ପାଇଁ ଉପଯୋଗ ବୋଲି ଆମେରିକା କହିଛି ।

ଗତ ମଙ୍ଗଳବାର ଆମେରିକା ସରକାର ଏକ ଦସ୍ତାବିଜରେ ଫାଇଜର ଓ ବାୟୋନଟେକର କରୋନା ବାକସିନ୍ ଫଳପ୍ରଦ ବୋଲି ସ୍ପଷ୍ଟ କରିଥିଲେ । ଏହି ଭାକସିନ୍ କରୋନା ବିରୋଧରେ ଲଢିବ ବୋଲି ପ୍ରମାଣ ସହ ଦୃଢ ଭାବେ ଯୁକ୍ତି ଉପସ୍ଥାପନ କରାଯାଇଥିଲା ।

By amfnews

Related Post