Fri. Dec 27th, 2024

ଜମ୍ମୁ କଶ୍ମୀର: ବାନ୍ଦିପୋରାରେ ୫ ଜଣ ଆତଙ୍କବାଦୀ ଗିରଫ, ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ

By amfnews Aug 23, 2020 #Featured
151 Views

ଶ୍ରୀନଗର, ଅଗଷ୍ଟ ୨୩  : ଜମ୍ମୁ କଶ୍ମୀର ପୋଲିସ ଶନିବାର ବଡ଼ ସଫଳତା ହାସଲ କରିବାକୁ ଯାଇ ବାନ୍ଦିପୋରା ଅଂଚଳରୁ ଇସଲାମିକ ଷ୍ଟେଟ ଆତଙ୍କବାଦୀ ସଂଗଠନ (ଆଇଏସଜେକେ)ର ୫ ଜଣ ସଦସ୍ୟକୁ ଗିରଫ କରିଛି । ଧରାପଡ଼ିଥିବା ଆତଙ୍କବାଦୀଙ୍କ ମଧ୍ୟରେ ବାନ୍ଦିପୋରାର ୪ ଜଣ ଓ ଅନ୍ୟ ଜଣେ ଶ୍ରୀନଗର ନିବାସୀ । ଏହି ୫ ଜଣ ଆତଙ୍କବାଦୀଙ୍କ ଠାରେ ବ୍ୟାପକ ପରିମାଣରେ ଅସ୍ତ୍ରଶସ୍ତ୍ର ଥିଲା । ଏଥି ସହିତ ଅନ୍ୟ ଆପତ୍ତିଜନକ ଜିନିଷ ମଧ୍ୟ ଜବତ କରାଯାଇଥିଲା । ସୁରକ୍ଷା ସଂସ୍ଥା ଭିନ୍ନ ଭିନ୍ନ ସ୍ଥାନରେ ପଚରାଉଚରା କରୁଛି ।

ବାନ୍ଦିପୋରା ପୋଲିସ ଅନୁସାରେ ୫ ଜଣ ଆତଙ୍କବାଦୀ ଆଇଏଜେକେ ସହିତ ଜଡ଼ିତ ଥିଲେ । ସେମାନେ ସେନା ଶିବିରରେ ଆକ୍ରମଣ କରିବାକୁ ଯୋଜନା କରୁଥିଲେ । ଏଥି ପାଇଁ ସେମାନେ ସେନା ଶିବିର ଅଂଚଳରେ ବୁଲିଥିଲେ । ପୋଲିସ କହିବା ଅନୁସାରେ ଏହି ୫ ଜଣ ଆତଙ୍କବାବୀ ଘାଟୀରେ ଯୁବକଙ୍କୁ ଉତ୍ସାହିତ କରି ସେମାନଙ୍କର ଗୋଷ୍ଠୀରେ ସାମିଲ କରିବାକୁ ପ୍ରବର୍ତ୍ତାଉଥିଲେ । ସେମାନେ ଚିତ୍ତିବାନ୍ଦୀ ଏବଂ ଅରାଗାମ ଅଂଚଳରେ ଆଇଏସଜେକେର ପତାକା ତିଆରି ଶ୍ରୀନଗରରେ ନିଜର ସହଯୋଗଙ୍କୁ ଯୋଗାଉଥିଲେ । ପୋଲିସ ଏହି ୫ ଜଣଙ୍କର ନାଁରେ ମାମଲା ରୁଜୁ କରିଛି ।

By amfnews

Related Post