Wed. Mar 11th, 2026

ଜମ୍ମୁ-କଶ୍ମୀରରେ ଧାରା ୩୭୦କୁ ବିରୋଧ କରୁଥିବା ଡ଼ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗିଲେ ଦୁର୍ବୃତ୍ତ

134 Views

ଜୟପୁର  : ରାଜସ୍ଥାନର ଭିଲୱାରା ଜିଲ୍ଲାର ସାହାପୁରା ସହରରେ ଭାରତୀୟ ଜନସଂଘର ପ୍ରତିଷ୍ଠାତା ଡ଼ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତିକୁ ଭଙ୍ଗାଯାଇଥିବାର ଖବର ମିଳିଛି। ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ ବୋଲି ଭିଲୱାରା ଥାନା ଅଧିକାରୀ ଭଜନ ଲାଲ କହିଛନ୍ତି।ସେ ଆହୁରି ମଧ୍ୟ କହିଛନ୍ତି ଯେ ଅଜଣା ଦୁର୍ବୃତ୍ତଙ୍କ ଦ୍ୱାରା ମହାପୁରୁଷ ଡ଼ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ମୂର୍ତ୍ତି ଭଙ୍ଗାଯାଇଛି । ଏଥିନେଇ ଏକ ମାମଲା ବି ରୁଜ୍ଜୁ ହୋଇଛି।

ପ୍ରତିମୂର୍ତ୍ତି ଭଙ୍ଗା ଘଟଣା ସଂପର୍କରେ ସ୍ଥାନୀୟ ଲୋକେ କହିଛନ୍ତି ଯେ ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ଯୋଗୁଁ ଏହି କାଣ୍ଡ ଦେଖିବାକୁ ମିଳିଛି ।ଡ଼ ଶ୍ୟାମାପ୍ରସାଦ ମୁଖାର୍ଜୀ ଥିଲେ ପ୍ରଥମ ବ୍ୟକ୍ତି ଯିଏ କି ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦିଆଯିବାକୁ ତୀବ୍ର ବିରୋଧ କରୁଥିଲେ ।

Image result for dr syama prasad mookerjee

ସୂଚନାଯୋଗ୍ୟ ଯେ ଆଗରୁ ବି ଏଭଳି ଅଘଟଣ ଦେଖିବାକୁ ମିଳିଛି। ୨୦୧୮ ମସିହା ମାର୍ଚ୍ଚ ମାସରେ କୋଲକାତାର କାଲିଘାଟ ଓ ଆସାମର କୋକରାଝର ଅଞ୍ଚଳରେ ଡ଼ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ମୂର୍ତ୍ତି ଭଙ୍ଗା ଯାଇଥିଲା । ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୀବ୍ର ନିନ୍ଦା କରିଥିଲେ । ରାଜସ୍ଥାନର ଏହି ଘଟଣାକୁ ବି ତୀବ୍ର ନିନ୍ଦା କରାଯାଉଛି।

By amfnews

Related Post